କରୋନା ଯୋଦ୍ଧା ଅଙ୍ଗନୱାଡି, ଆଶା କର୍ମୀଙ୍କୁ ପାଦ ଧୋଇ ସମ୍ବର୍ଦ୍ଧନା ।

0 196

ପଦ୍ମପୁର,(ପିପିଟି ନ୍ଯୁଜ୍) ୨୨/୦ ୫ ,ପଦ୍ମପୁର ନିକଟସ୍ଥ ଜମଲା ଗ୍ରାମ ଠାରେ ଅନୁଷ୍ଠିତ କରୋନା ସଚେତନତା କାର୍ଯ୍ୟକ୍ରମରେ ନିଜର ଜୀବନକୁ ବାଜି ଲଗାଇ ଘର ଘର ବୁଲି କରୋନା ସର୍ଭେ କରୁଥିବା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ବିଦ୍ଯୁତ ବିଭାଗ ଲାଇନ୍ ମେନକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  । ଗତ କାଲି ଏହି ସଚେତନତା କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଉପସ୍ଥିତ ଥିବା ଅଙ୍ଗନୱାଡି କର୍ମୀ ବାସନ୍ତୀ ଭୋଇ,ଝିଲି କୁମ୍ଭାର,ଉପାଂଜଳି କୁମ୍ଭାର,ଆଶା କର୍ମୀ  ଲୀନା ବୁଡେକ,ଡୋଲାବତୀ ମହାନନ୍ଦ, ବିଦ୍ଯୁତ ବିଭାଗର ଲାଇନ୍ ମେନ ଶ୍ରୀବତ୍ସ ଜାଳଙ୍କୁ ପାଦଧୋଇ ସମ୍ବର୍ଦ୍ଧନା ଦେବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ମାନେ ବ୍ଯକ୍ତିଗତ ଭାବେ ଦାନ ଦେଇ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ୧୧ ହଜାର ଟଙ୍କା ଜମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ଯ ସନ୍ତୋଷ ମେହେର,ସମିତି ସଭ୍ୟ ଗୋପାଳ ଦାସ ଗାଁ ଗୌନ୍ତିଆ ରାଜେନ୍ଦ୍ର ନାରାୟଣ ଭୋଇ,ବଳରାମ ମେହେର,ବିଜେପି ମଣ୍ଡଳ ସଭାପତି ନିରାକାର ବରିହା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରିତେଶ ବହିଦାରଙ୍କ ସମେତ ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.