କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ।

0 193

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୩୦/୦୫,  ସାରା ବିଶ୍ୱରେ କରୋନା ଭୁତାଣୁ କାୟା ବିସ୍ତାର କରିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସାରା ଓଡିଶା ଆଜି ଲକ୍ ଡାଉନକୁ ସମ୍ମାନ କରି ସମସ୍ତେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ନିଜ ନିଜ ଘରେ ରହି ଆସୁଛନ୍ତି ।ଏହି କରୋନା ଯୁଦ୍ଧରେ ଯେଉଁ ମାନେ ସାମିଲ ହୋଇ ଆମକୁ ସୁରକ୍ଷା ଦେଇ ଆସୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଛି ।ସେହି କ୍ରମରେ ଆଣି ସନ୍ଧ୍ୟା ୫.୩୦ମି ରେ ବ୍ଲକର କଦୋଦର ଗ୍ରାମ ପଂଚାୟତ ପରିସର ଓ ସଂଗରୋଧ କେନ୍ଦ୍ର ପରିସର ରେ ବନ୍ଦେ ଉକ୍ତଲ ଜନନୀ ସଙ୍ଗୀତ ଗାନ କରାଯାଇଛି ।ଏଥିରେ ସ୍ଥାନୀୟ ସରପଞ୍ଚ  ମୟୂରୀ ବାଘ,ଗ୍ରାମ ରୋଜଗାର ସେବକ ହେମନ୍ତ ମିଶ୍ର, ଏମବିକେ ମାନିନୀ ବେହେରାମାଳି,ସିଆରପି ଜଗଦମ୍ବା କର୍ଣ୍ଣ ଓ ରାଜଶ୍ରୀ ଗାଇଗରିଆ,ସିଦ୍ଧେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ,ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ଏବଂ ବହୁ ଗ୍ରାମବାସୀ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.