କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ।

0 309

ପଦ୍ମପୁର,(ପିପିଟି ନ୍ଯୁଜ୍)୦୨/୦୬,ବର୍ତ୍ତମାନ ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟ ଜାରି ରଖିଥିବା ବିଜେପୁର ବ୍ଳକର ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ଆମ ତୁଳସୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପୁଖାମୁଣ୍ଡା ମନ୍ଦିର ଠାରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶାର ଜଣେ ଟାଣୁଆ ନେତା ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଜେପୁର ବ୍ଳକର ଅଙ୍ଗନବାଡି ଦିଦି, ଆଶା ଦିଦି ତଥା ସାମ୍ବାଦିକ ବନ୍ଧୁ ମାନେ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ତୁଳସୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅନେକ ଅନେକ ଧନ୍ୟବାଦ । ତୁଳସୀ ଚାରିଟେବୁଲ ଟ୍ରଷ୍ଟକୁ ଏପରି ମହାନ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଲିଥିବାରୁ ଟ୍ରଷ୍ଟ ଆଜି ଗର୍ବିତ । ବିଜେପୁର ବ୍ଳକର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.