ଯାଜପୁର,(ପିପିଟି)୦୬/୦୬ ,ବିଶ୍ୱ ପରିବେଶ ଦିବସ । ପରିବେଶକୁ ସୁସ୍ଥ, ସୁନ୍ଦର ଓ ସବୁଜ ରଖିବା ପାଇଁ ବୃକ୍ଷର ଭୁମିକା ବହୁ ଗୁରୁତ୍ୱ ବହବ କରେ । ପ୍ରତିବର୍ଷ ସରକାରୀ ଓ ବେସରକାରୀ ସ୍ଥରରେ ଏହାକୁ ବହୁଆଡମ୍ବରରେ ପାଳନ କରାଯାଏ । ହେଲେ ଏ ବର୍ଷ କରୋନ ଏ ସବୁକୁ ଫିକା କରିଦେଇଛି । ତେବେ ଏହାକୁ ଭୁଲିନାହାନ୍ତି ଯାଜପୁର ଧର୍ମଶାଳା କାନପୁରର ଜଣାସୁଣା ଗଛ ମଣିଷ ତଥା ପରିବେଶବିତ ଶ୍ରୀନିବାସ ଜେନା । କେମିତିବା ଭୁଲନ୍ତେ ପ୍ରତିବର୍ଷ ଏହିଦିନ ଠାରୁ ସେ ବର୍ଷା ରୁତୁ ଶେଷ ହେବା ଯାଏ ବିଭିନ୍ନ ସ୍ଥାନରେ ରୋପଣ କରନ୍ତି ହଜାର ହଜାର ବୃକ୍ଷ । ପରିବେଶକୁ ସବୁଜିମା କରିବାର ନିଶା ଭିତରେ ସେ ହଜିଯାଇଛନ୍ତି । ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ଦିନ ବିଭିନ୍ନ ଟାଙ୍ଗରା ପଡିଆକୁ ନିରୁପଣ କରି ସେଠାକୁ ବହୁ ଲୋକଙ୍କୁ ନିମନ୍ତ୍ରଣ କରନ୍ତି ଓ ଶହ ଶହ ବୃକ୍ଷବି ରୋପଣ କରନ୍ତି । ହେଲେ ଏ ବର୍ଷ କରୋନା ପାଇଁ ସରକାରୀ କଟକଣା ସତ୍ୱେ ସେ ଏହାକୁ ପାଳନ କରିବା ଭୁଲିଯାଇ ନାହାନ୍ତି । ନିରାଡମ୍ବର ଭାବେ ବୃକ୍ଷକୁ ଦେବତା ସମାନ ପୂଜା କରି ଏକାଏକା ଗାତ ଖୋଳି ନିଜ ଗ୍ରାମ କାନପୁର ଠାରେ ଚାରା ରୋପଣ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପରିବେଶ ସମ୍ବନ୍ଧିୟ ବାର୍ତ୍ତା ଦେଇ ବୃକ୍ଷରୋପଣ ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ।