କରୋନା ପାଇଁ ଘରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ

0 116

ଭୁବନେଶ୍ଵର(ପିପିଟି ନ୍ଯୁଜ୍): ୨୬/୦୩-କରୋନା ପାଇଁ ଏବେ ଲକ୍ ଡାଉନ୍ ଥିବା ବେଳେ ଲୋକଙ୍କ ଅସୁଵିଧାକୁ ଦୃଷ୍ଟିରେ ରଖି ଘରେ ଜିନିଷ ପହଞ୍ଚାଇବାକୁ ସରକାର ଘୋଷଣା କରିଛନ୍ତି । ସହରରେ ଥିବା ବଡ଼ବଡ଼ ଗ୍ରୋସରୀ ଦୋକାନାରୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚିବ। ବିଗ୍‌ ବଜାର, ରିଲାଏନ୍ସ ଫ୍ରେସ୍‌, ମେଟୋ ମାର୍କେଟ୍‌ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସଂସ୍ଥାଗୁଡ଼ିକ ସହିତ କଟକ ମହାନଗର ନିଗମ ପକ୍ଷରୁ ଆଲୋଚନା କରାଯାଇଛି। ଜନଗହଳିକୁ କମ୍‌ କରିବା, ବଜାର ଉପରେ ନିୟନ୍ତ୍ରଣ ଆଦି କାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ସାଧାରଣ ଲୋକେ ଯେପରି ଅସୁବିଧା ନ ଭୋଗନ୍ତି, ସେଥିପାଇଁ ଘରୋଇ ଯୋଗାଣ (ହୋମ୍‌ ଡେଲିଭରି) ଯୋଗାଇଦେବା ପାଇଁ ସିଏମ୍‌ସି ତରଫରୁ ପଦକ୍ଷେପ ନିଆଯାଇଥିବା କମିସନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି। ଏଥିପାଇଁ ନିଗମ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି। ଗ୍ରାହକମାନେ ଏହି ନମ୍ବରରେ ଯୋଗାଯୋଗ କରି ସାମଗ୍ରୀ କ୍ରୟ କରିପାରିବେ।
ଆଉଟ୍‌ଲେଟ୍‌ ଯୋଗାଯୋଗ ନମ୍ବର
ରିଲାଏନ୍ସ ଫ୍ରେସ୍‌
ଦୋଳମୁଣ୍ଡାଇ -୭୦୦୮୧୬୭୦୦୭
କନିକା ଛକ -୭୮୯୪୪୧୭୨୮୩
ମର୍କତନଗର, ସେକ୍ଟର-୬ ୭୮୯୪୪୧୭୨୮୪
ମହାନଦୀ ବିହାର- ୭୦୦୮୯୮୬୩୨୬
କ୍ୟାଣ୍ଟନମେଣ୍ଟ ରୋଡ୍‌- ୯୭୭୭୦୪୯୧୯୦
ମର୍କତନଗର, ସେକ୍ଟର-୯ ୭୬୮୨୮୨୨୦୨୮
ନୂଆବଜାର -୭୮୯୪୪୫୫୭୬୭
ବକ୍ସିବଜାର -୮୯୧୭୪୦୦୧୦୭
ମେଟୋ ସୁପର ମାର୍କେଟ୍‌
ସତୀଚୌରା- ୬୩୭୧୨୧୨୧୫୨
ବିଗ୍‌ବଜାର
ଜେଲ୍‌ ରୋଡ୍ -୭୦୬୪୪୫୪୪୮୪

Leave A Reply

Your email address will not be published.