କରୋନା ଜାଗ୍ରତ ପ୍ରହରୀଙ୍କୁ ସମ୍ମାନୀତ କରାଗଲା ।

0 182

ପଦ୍ମପୁର,(ପିପିଟି ନ୍ଯୁଜ୍)୨୦/୦୫, ମହାମାରୀ କରୋନା ସମୟରେ ନିଜ ଜୀବନ କୁ ବାଜିଲଗାଇ ଦ୍ରୁତଗତି ରେ ଗାଁ ଗଣ୍ଡା ଠାରୁ  ସହରାଞ୍ଚଳ ପର୍ଯ୍ୟନ୍ତ ସତ୍ୟ ସନ୍ଧାନର ପ୍ରତୀକ ତଥା ବର୍ତ୍ତମାନ ସମୟରର ମହାଯୋଦ୍ଧା ବରଗଡ ଜିଲ୍ଲାର ପଦ୍ମପୁରର ବରିଷ୍ଠ ସାମ୍ବାଦିକ ନିରଂଜନ ତ୍ରିପାଠୀଙ୍କୁ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ସ୍ୱତନ୍ତ୍ରଭାବେ ନିମନ୍ତ୍ରଣ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ ଓଡିଶା ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ମିଳିତ ହୋଇ ଉପଢ଼ୌକନ ସମେତ ସମ୍ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତିା ଇତ୍ୟବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ  ଯୁବ ମୋର୍ଚ୍ଚାର ସାଧାରଣ ସଂପାଦକ ଇରାଶିଷ ଆଚାର୍ଯ୍ୟ , ବରଗଡ ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ପ୍ରିତେଶ ବହିଦାର , ସମାଜ ସେବୀ ଅଶୋକ ମିଶ୍ର ,ଇଂଜିନିୟର କୁନାଲ ପାଣିଗ୍ରାହୀ,ଡାକ୍ତର ପୁରୋହିତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.