କରୋନା କରୋନ କଟକଣା ନ ମାନି ଦୁଇ ଦିନରେ ୬୦୬୦୦ ଟଙ୍କା ଜୋରିମାନା ଦେଲେ ଅମାନିଆ ।

0 407

ବେଲଗୁଣ୍ଠା,୨୦/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ମାସରୁ କରୋନା କଟକଣା କିଛି ମାତ୍ରାରେ କୋହଳ।କରାଯାଇଥିଲେ ମଧ୍ୟ ମାସ୍କ ପିନ୍ଧିବା, ବାଇକରେ ଏକରୁ ଅଧିକ ଲୋକ ନ ଯିବା,ସାମାଜିକ ଦୁରତା ରକ୍ଷା କରିବା ଇତ୍ୟାଦି ବାଧ୍ୟତାମୂଳକ କରାଯାଇଛି । ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୁର୍ବକ ଜୋରିମନା ଅଦାୟ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି କିନ୍ତୁ କିଛି ବ୍ୟକ୍ତି କଟକଣାକୁ ଜାଣତ ଅଜାଣତରେ ଅମାନ୍ୟ କରୁଥିବା ଲକ୍ଷ୍ୟ କରାଯାଇଛି । ଗତ ଦୁଇଦିନ ଅର୍ଥାତ ବୁଧବାର ଓ ଗୁରୁବାର ବେଲଗୁଣ୍ଠା ପ୍ରଶାସନ ଦ୍ୱାରା ବ୍ଳକ,ଏନ୍.ଏ.ସିର ବିଭିନ୍ନ ଅଞ୍ଚଳରେ ଏନଫି ଟିମ୍ ଯାଞ୍ଚ କରି ୬୦୬୦୦ ଜୋରିମନା ଆଦାୟ କରିଥିବା ଜଣାପଡ଼ିଛି । ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା,ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ଓ ତାଙ୍କ ଟିମ୍ ବେଲଗୁଣ୍ଠା ଏନ୍.ଏ.ସି ଓ ବ୍ଳକର ବିଭିନ୍ନ ଅଞ୍ଚଳରେ ଚେକିଂ କରି ଦୁଇଦିନରେ ୨୫୫୦୦ ଟଙ୍କା, ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଓ ତାଙ୍କ ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୪୬୦୦ ଟଙ୍କା ଏବଂ ବୁଧବାର ଗୋଟିଏ ଦିନରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ତାଙ୍କ ଟିମ୍ ଚେକିଂ କରି ୩୦୫୦୦ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ବର୍ତ୍ତମାନ କଟକଣା କିଛି ମାତ୍ରାରେ କୋହଳ।ଥିଲେ ମଧ୍ୟ କିଛି ବ୍ୟକ୍ତି ନିୟମ ନ ମାନି ମାସ୍କ ପିନ୍ଧୁନାହାନ୍ତି,ମାସ୍କ ଥିଲେ ମଧ୍ୟ ବେକ ତଳକୁ ପିନ୍ଧୁଛନ୍ତି,ବାଇକ୍ ରେ ଦୁଇ ତିନି ଜଣ ଯାତାୟାତ କରୁଛନ୍ତି ,କିଛି ଦୋକାନରେ ସାମାଜିକ ଦୂରତା ବଜାୟ ରଖୁନାହାନ୍ତି ଏପରି କଲେ କରୋନା ସଂକ୍ରମଣ ମାତ୍ରା ଆହୁରି ଅଧିକ ହେବ ତେଣୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜୋରିମାନା ଆଦାୟ କରାଯାଉଛି ବୋଲି ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.