କରୋନା କଟକଣା ପାଇଁ ବ୍ୟାଙ୍କ କାର୍ଯ୍ୟନିର୍ଘଣ୍ଟରେ ପରିବର୍ତ୍ତନ ।

0 190

ଛତ୍ରପୁର ତା.୨୧.୪ କରୋନା ପାଇଁ ନିର୍ଦ୍ଧାରିତ ହୋଇଥିବା ନିୟମାବଳୀ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ କରିବା ଓ ଗ୍ରୀଷ୍ମ ପ୍ରବାହ ରୁ ଗ୍ରାହକଙ୍କୁ ସୁରକ୍ଷା ଦେବାପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ  ବ୍ୟାଙ୍କ ମାନଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ନିର୍ଘଣ୍ଟ ଜାରି କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରଦତ୍ତ  ଆଦେଶ ଅନୁକ୍ରମେ ବ୍ୟାଙ୍କ କାର୍ଯ୍ୟନିର୍ଘଣ୍ଟ ପ୍ରତ୍ୟହ ପୂର୍ବାହ୍ନ ୭ ଘଣ୍ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ ।  କିନ୍ତୁ ଗ୍ରାହକ ସେବା ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଉପଲବଧ ହେବ । ଏଥି ସହିତ ସମସ୍ତ ଗ୍ରାହକ ଯେପରି ସାମାଜିକ ଦୂରତ୍ବ ଅବଲମ୍ବନ କରିବେ ତାହା ସଂପୃକ୍ତ ବ୍ୟାଙ୍କ ସୁନିଶ୍ଚିତ କରିବ । ଗ୍ରାହକ ମାନଙ୍କ ପାଇଁ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ବ୍ୟାଙ୍କରେ ଅଧିକ ଗହଳି ନକରିବାପାଇଁ କୁହାଯାଇଛି  ।      ଏହା ଗଞ୍ଜାମ ଜିଲ୍ଲାର ସମସ୍ତ ଜାତୀୟ କରଣ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ପ୍ରତି ଅବିଳମ୍ବେ ଲାଗୁ ହେବ  । ଅପ୍ରେଲ ୨୨ ତାରିଖ ଠାରୁ ସମସ୍ତ ବ୍ୟାଙ୍କ ଏହି ସମୟ ନିର୍ଘଣ୍ଟ ମୁତାବକ କାର୍ଯ୍ୟ କରିବେ  । ଯେଉଁ ବ୍ୟାଙ୍କ କରୋନା ନିୟମାବଳୀକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି   ।

Leave A Reply

Your email address will not be published.