କରୋନାକୁ ଭୟ ! ଆମ୍ବୁଲାନ୍ସ ଡ୍ରାଇଭର ପିନ୍ଧିଲେ ହେଲମେଟ୍ ।

0 40

ପାରଳାଖେମୁଣ୍ଡି,(ପିପିଟି ନ୍ଯୁଜ୍)୦୭/୦୪-ସମଗ୍ର ବିଶ୍ବରେ କରୋନା ଭାଇରସ୍ ରାଜୁତି କରୁଛି । ଯାହାକି ବିଶ୍ବବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । କରୋନା ଭାଇରସର ସଂକ୍ରମଣରେ ଆସି  ଭାବେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିବା ବେଳେ ଲଖ୍ୟାଧିକ ଚିକିତ୍ସିତ ହେଉଛନ୍ତି । ଏ ପର୍ଯ୍ୟନ୍ତ ଏହାର ନିରାକରଣ ନିମନ୍ତେ ଟୀକା କିମ୍ବା ଔଷଧ ବାହାରି ନାହିଁ । କରୋନା ଭାଇରସ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସଂଗରୋଧ ହୋଇ ରହିବା ହିଁ ଏକମାତ୍ର ଉପାୟ ଅଟେ ।  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ସଚେତନତା କରୁଛନ୍ତି । ବାରମ୍ବାର ହାତ ଧୋଇବା, ପରଷ୍ପର ମଧ୍ୟରେ ହାତ ନମିଶାଇବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ,ଅତ୍ୟାବଶକ କାମ ନଥିଲେ ବାହାରକୁ ନବାହାରିବା ସମେତ ବହୁ ବିଷୟବସ୍ତୁ ଗୁଡିକ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଉଛି । କରୋନା ଭାଇରସର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚମାସ ୨୪ତାରିଖ ମଧ୍ୟରାତ୍ରରୁ ସମଗ୍ର ଦେଶରେ ୨୧ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଯେଉଁମାନେ ଜରୁରୀକାଳୀନ ସେବା ପ୍ରଦାନ କରୁଛନ୍ତି ସେମାନେ ସତର୍କତା ଅବଲମ୍ବନ କରି କାର୍ଯ୍ୟ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।କିନ୍ତୁ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡିରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା  । ଗୋଟିଏ ଘରୋଇ ଆମ୍ବୁଲାନ୍ସକୁ ହେଲମେଟ୍ ପିନ୍ଧି  ଚଲାଉଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଚାଳକଙ୍କୁ ହେଲମେଟ୍ ପିନ୍ଧି କାହିଁକି ଆମ୍ବୁଲାନ୍ସ ଚଲାଉଛ ବୋଲି ପଚାରିଥିଲୁ । ଆମ୍ବଲାନ୍ସ ଡ୍ରାଇଭର ଜଣକ ସେ ପ୍ରତିଦିନ ରୋଗୀଙ୍କୁ  ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଥିବା ବିଭିନ୍ନ ହସ୍ପିଟାଲକୁ ନିୟମିତ ଭାବେ ନେବା ଆଣିବା କରୁଛି କହିଥିଲା । ବର୍ତ୍ତମାନ ସମୟରେ କରୋନା ଭାଇରସର ସଂକ୍ରମଣର ଆଶଙ୍କା ନିଜକୁ ସୁରଖିତ ରଖିବା ନିମନ୍ତେ ହେଲମେଟ୍ ବ୍ୟବହାର କରି ଆମ୍ବୁଲାନ୍ସ ଚଲାଉଛି ବୋଲି କହିଥିଲା । କିନ୍ତୁ ନିଜକୁ କରୋନା ଭାଇରସର ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ବ୍ୟବହାର କରିବା ପାଇଁ ସରକାର ଓ    ଡାକ୍ତର ମାନେ ପରାମର୍ଶ ଦେଉଛନ୍ତି । କିନ୍ତୁ ହେଲମେଟ୍ ବ୍ୟବହାର କଲେ କରୋନା ଭାଇରସର ସଂକ୍ରମଣରୁ ବର୍ତ୍ତିଯିବ ତାହା କେତେଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ?
ରିପୋର୍ଟ -ଦିଲ୍ଲୀପ କୁମାର ଶତପଥୀ

ReplyForward
Leave A Reply

Your email address will not be published.