କମେଣ୍ଟ ମରାକୁ ନେଇ ବାପପୁଅଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର ।

0 76

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୩୦/୦୫,କମେଣ୍ଟମରାକୁ କେନ୍ଦ୍ର କରି ଜଣେ ୬୫ବର୍ଷୀୟ ବୃଦ୍ଧଙ୍କୁ ବିପକ୍ଷ ପକ୍ଷଙ୍କ ବାପପୁଅଙ୍କ ଆକ୍ରମଣରେ ବୃଦ୍ଧ ଗୁରତର ଆହତ ହୋଇଛନ୍ତି ।ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଞ୍ଜନଗର ଓ ଅବସ୍ଥା ଗୁରୁତର ହେବାରୁ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି ।ମିଳିଥିବା ସୁଚନା ପ୍ରକାରେ, ଗାଙ୍ଗପୁର ଥାନା ଅନ୍ତର୍ଗତ ନାଟେଙ୍ଗା ବାଲିଦଣ୍ଡା ସାହିରେ ରହୁଥିବା ନାରାୟଣ ରାଉତଙ୍କ ୧୬ ବର୍ଷର ନାବାଳିକା ଝିଅକୁ ଘର ସମ୍ମୁଖରେ ରହୁଥିବା ସୁରେନ୍ଦ୍ର ଡାକୁଆଙ୍କ ପୁଅ ଶୁଭମ(୨୬) କିଛି ଦିନ ଧରି କମେଣ୍ଟ କରି ଆସୁଥିଲା ।ଶୁକ୍ରବାର ଦିନ ୧୧.୩୦ମି ସମୟରେ ନାବାଳିକାର ଜେଜେ ବାପା ତଥା ନାରାୟଣର ବାପା ସିମାଞ୍ଚଳ ରାଉତ(୬୬) ସୁରେନ୍ଦ୍ରଙ୍କ ଦୁଆରକୁ ଯାଇ ନାତୁଣୀକୁ କମେଣ୍ଟ କରିବାକୁ ନେଇ ପ୍ରତିବାଦ କରିଥିଲେ ।ଏଥିରେ ସୁରେନ୍ଦ୍ର ଓ ପୁଅ ଶୁଭମ୍ ଉତ୍‌କ୍ଷିପ୍ତ ହୋଇ ସିମାଞ୍ଚଳଙ୍କୁ ଆକ୍ରମଣ କରିଥିଲେ ।ସିମାଞ୍ଚଳ ତଳେ ପଡିଯିବା ଫଳରେ ତାଙ୍କ ମୁଣ୍ଡ ଏକ ପଥରରେ ପିଟି ହୋଇଯାଇଥିଲା ।ତାଙ୍କ ମୁଣ୍ଡ ଓ ଥୋଡିରେ ଗଭୀର ଆଘାତ ଲାଗିଥିଲା ।ଘଟଣା ସ୍ଥଳରେ ସେ ବେହୋସ ହୋଇ ପଡିଥିଲେ ।ସିମାଞ୍ଚଳଙ୍କ ପୁଅ ନାରାୟଣ ଠାରୁ ମିଳିଥିବା ତଥ୍ୟ ଅନୁସାରେ ସଙ୍ଗେ ସଙ୍ଗେ୧୦୮ଆମ୍ବୁଲାନ୍ସ କୁ ଡକାଇ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।ସେ ବର୍ତ୍ତମାନ କୋମାକୁ ଚାଲିଯାଇଥିବାରୁ ବ୍ରହ୍ମପୁର ଡାକ୍ତରଖାନା ତାଙ୍କୁ ବିଶାଖାପାଟଣା ନେବା ପାଇଁ କହିଥିଲେ କିନ୍ତୁ ଆର୍ଥିକ ସମ୍ବଳ ନ ଥିବାରୁ  ସିମାଞ୍ଚଳଙ୍କୁ ଘରକୁ ନେଇଆସୂଥିବା ଜଣାପଡିଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.