କବି ନୃସିଂହାନନ୍ଦ ମହାପାତ୍ର ପାଇଲେ ସାହିତ୍ୟ ରତ୍ନ ପୁରସ୍କାର ।

0 246

କନ୍ଧମାଳ,୨୫/୦୯(ପିପିଟି): କନ୍ଧମାଳଜିଲ୍ଲାର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ, ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ସମତା ସାହିତ୍ୟ ଏକାଡେମୀ, ନାଗପୁର, ମୁମ୍ବାଇ, ମହାରାଷ୍ଟ୍ର ତରଫରୁ ମର୍ଯ୍ୟାଦା ଜନକ ସାହିତ୍ୟ ରତ୍ନ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ ଗୁରୁ ଦିବସ ଉପଲକ୍ଷେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ହୋଟେଲ ହରଦେବ, ମୁଁଜେମାର୍ଗ, ସୀତାବୋର୍ଡିଂ, ନାଗପୁର, ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିଲା l ସଭାପତି ପଦ୍ମଶ୍ରୀ ବିଜେତା ରାଜ୍ୟସଭା ସଦସ୍ୟ ଡ଼ଃ ବିକାଶ ମହାତ୍ମେଙ୍କ ଅଧ୍ୟକ୍ଷତାରେ ଏଥିରେ ଉଦଘାଟକ ମହାରାଷ୍ଟ୍ରର ଶକ୍ତି ମନ୍ତ୍ରୀ ଡ଼ଃ ନିତିନ ରାଉତ, ମୁଖ୍ୟ ଅତିଥି ରାମ ଦାସଜୀ ତଡ଼ସ, ସମ୍ମାନିତ ଅତିଥି ଡ଼ଃ ଜୟପ୍ରକାଶ ଦୁବକ ଓ ଦେଶରାଣୀ କ୍ଷୀରସାଠ ଆଦି ଯୋଗ ଦେଇଥିଲେ । ପୁସ୍ତକ ମାଆ, ମାଟି ଓ ମଶାଣି ପାଇଁ ସାହିତ୍ୟିକ ଶ୍ରୀ ମହାପାତ୍ରଙ୍କୁ ଅତିଥିମାନେ ମାନପତ୍ର, ଉପଢୌକନ ଓ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମତା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଡ଼ଃ ଡି. ଏସ. ତାଣ୍ଡକାର,ନାଗପୁର ଜିଲ୍ଲା ଅଧ୍ୟକ୍ଷ ଅରୁଣ ରାଉତ, ସମ୍ପର୍କ ପ୍ରମୁଖ ସୁମେଥ କମ୍ବଛେ, ମହାସଚିବ ପୁରାଣ ତାଣ୍ଡକାର, ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷ ଡି. ଏସ. ନରକାର, ଯୁବ ଅଧ୍ୟକ୍ଷ ରୋହିତ ତାଣ୍ଡକାର, ସମତା ସାହିତ୍ୟ ଏକାଡେମୀ ଓଡିଶା ପ୍ରାନ୍ତର ଅଧ୍ୟକ୍ଷ ବହାଦୁର ପାଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । ସାହିତ୍ୟ,ସଂସ୍କୃତି, କଳା ଓ ସଂଗଠନ କ୍ଷେତ୍ରରେ ଶ୍ରୀ ମହାପାତ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଉପସ୍ଥିତ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ । ଏହା ପୂର୍ବରୁ ଶ୍ରୀ ମହାପାତ୍ର ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପୁରସ୍କାର ଓ ମାନପତ୍ର ପାଇଛନ୍ତି । ତାଙ୍କ ଦ୍ୱାରା ଲିଖିତ ଲାଜେଇ ଝିଅ, ପ୍ରିୟା ବାସନ୍ତୀ, ଜଗତର ନାଥ ଆମ ଜଗନ୍ନାଥ, ଆତ୍ମ ଚିନ୍ତନ, ନୀତିଶିକ୍ଷା, ଗୁରୁ ବ୍ୟକ୍ତି ନୁହେଁ ଗୁରୁ ଶକ୍ତି, ଗୁରୁ ଅମୃତର ଖଣି, ଶଙ୍କର ଦିଗବିଜୟୀ, ଆର୍ଯ୍ୟାବର୍ତ୍ତର ମହା ମନୀଷୀ ଗଣ, ବୈଦିକ ଆଚାର୍ଯ୍ୟଗଣ ଆଦି ପୁସ୍ତକ ବେଶ ପାଠକୀୟ ଆଦୃତି ଲାଭ କରି ପାରିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.