କବାଟ ଭାଙ୍ଗି ଦୁଇଭାଇ ଘରୁ ସୁନାଗହଣା ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ ।

0 7

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୧/୬,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡଡୁମ୍ବୁଳା ପଞ୍ଚାୟତ ଅନ୍ତର୍ଗତ ସାନଡୁମ୍ବୁଳା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗ୍ରାମର ବଡ଼ଭାଇ ଜି.ରାଧାକାନ୍ତ ପଧାନ ଓ ସାନଭାଇ ଜି. ଲକ୍ଷ୍ମୀ ପଧାନଙ୍କ କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ କଳାକନା ବୁଲାଇ ସୁନାଗହଣା , ରୂପା ଓ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ବର୍ତ୍ତମାନ ସାରା ଦେଶରେ ମହାମାରୀ କରୋନା ଯୋଗୁଁ ଜନ ସାଧାରଣ ଭୟର ବାତାବରଣ ଦେଇ ଗତି କରୁଥିବା ବେଳେ ଖାଦ୍ୟାଭାବ ଓ ଆର୍ଥିକ ଅନଟନ ମଧ୍ୟରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ଦିଗପହଣ୍ଡି ଥାନା ଅଞ୍ଚଳରୁ ଗତ କିଛିଦିନ ମଧ୍ୟରେ ଚୋରମାନେ ବିଭିନ୍ନ ଘରୁ କଳାକନା ବୁଲାଇ ଦିଗପହଣ୍ଡି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଜଣାପଡିଛି । ଖବରନୁଯାୟୀ , ରବିବାର ରାତିରେ ଗ୍ରାମର ସ୍ବର୍ଗତ ବ୍ରଜ ପଧାନଙ୍କ ଦୁଇ ପୁଅ ରାଧାକାନ୍ତ ଓ ଲକ୍ଷ୍ମୀ ଖାଇବା ପରେ ନିଜ ଘର କବାଟ ଦେଇ ପରିବାର ବର୍ଗଙ୍କ ସହ ଶୋଇ ପଡିଥିଲେ । ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଚୋରମାନେ ପ୍ରଥମେ ବଡ଼ଭାଇ ରାଧାକାନ୍ତଙ୍କ ବାରି କବାଟ ଭାଙ୍ଗି ଘର ଭିତରେ ପଶି ଆଲମାରୀ ତାଡି ୪ ଭରି ସୁନା ହାର , ୨ଟି କାନଫୁଲ , ୧୨ ଭରି ରୂପା ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଥିଲେ । ପରେ ସାନଭାଇ ଲକ୍ଷ୍ମୀଙ୍କ ଘରୁ ସୁନା ମୁଦି ୬ଟି , ଗୋଟିଏ ସୁନା ଚେଇନ , ୩ହଳ କାନଫୁଲ , ୪୭ ଗ୍ରାମ ହାର , ୫୦୦ ଗ୍ରାମ ରୁପା ଓ ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ସକାଳୁ ଉଠି ଦୁଇଭାଇ ଦେଖିଲାବେଳେ ଆଲମାରୀ ଭାଙ୍ଗିବା ସହ ଜିନିଷ ଗୁଡ଼ିକ ଏଣେତେଣେ ପଡିଥିବା ଦେଖି ଦିଗପହଣ୍ଡି ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଗ୍ରାମରେ ଦିଗପହଣ୍ଡି ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଫେରିଥିବା ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
ରିପୋର୍ଟ -ସାଇଦୀପ ପୂଜାରୀ ।

Leave A Reply

Your email address will not be published.