କନ୍ଧମାଳରେ ପୁଣି ମାଓ ହିଂସା ।

0 685

ଫୁଲବାଣୀ,୨୦/୦୮(ପିପିଟି); କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ କିଛି ଦିନ ପୂର୍ବେ ୨ ଟି ପର୍ଯ୍ୟାୟରେ ୭ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିବା ପ୍ରତିବାଦ କରି ଗତ ମଙ୍ଗଳବାର ରାତିରେ ଏକ ଘରୋଇ ଠିକା କମ୍ପାନୀର ଚାରୋଟି ଗାଡିକୁ ମାଓବାଦୀ ପୋଡ଼ିଦେଇଥିବା ବେଳେ ମୃତ ମାଓବାଦୀଙ୍କର ପାଇଁ ସହିଦ ସପ୍ତାହ ପାଳନ କରୁଥିବା ନେଇ ଜିଲ୍ଲାର କେତେକ ସ୍ଥାନରେ ବେନର ମାରିଛନ୍ତି । ଗୋଛାପଡା ଥାନା ପକାରୀ ଘଟିରେ ଗଛ କାଟି ରାସ୍ତା ଉପରେ ପକାଇଛନ୍ତି । ଏହାର ସୁଯୋଗ ନେଇ ଗଞ୍ଜେଇ ମାଫିଆ ଏହାର ଫାଇଦା ଉଠାଇ ଚାଲିଛନ୍ତି । ଜିଲ୍ଲାରେ ମାଓବାଦୀ ଗଞ୍ଜେଇ ଚାଷିଙ୍କ ପାଇଁ ସୁରକ୍ଷା କବଜ ପାଳଟିଥିବା ଚର୍ଚ୍ଚା ହେଉଛି । ଗଞ୍ଜେଇ ଚାଷର ଭୂସ୍ବର୍ଗ କୁହାଯାଉଥିବା ଫିରିଙ୍ଗିଆ ବ୍ଲକରେ ୮ଟି ପଞ୍ଚାୟତ ଏକ ପ୍ରକାର ମାଓବାଦୀଙ୍କର ଚଳପ୍ରଚଳ ସ୍ଥଳୀ ପାଲଟିଛି । ପୋଲିସ ଏହିସବୁ ପଞ୍ଚାୟତ ଗୁଡିକୁ ମାଓବାଦୀ ଭୟରେ ଯାଉନଥିବା ନେଇ ଅଞ୍ଚଳ ବାସିଙ୍କ ଅଭିଯୋଗ ହେଉଛି ଫଳରେ ଗଞ୍ଜେଇ ଚାଷୀଙ୍କୁ ସୁରକ୍ଷା ଯୋଗାଇ ଏହି ଅଞ୍ଚଳରେ ମାଓବାଦୀ ନିଜର ସ୍ଥିତିକୁ ସୁଦୃଢ କରିଚାଲିଛନ୍ତି । ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ ଜଣେ ଗ୍ରାମବାସୀକୁ ମାଓବାଦୀ ଅପହରଣ କରି ନେବା ଓ ପରେ ଛାଡ଼ିଦେବା ନେଇ ଅଭିଯୋଗ ହେଉଛି କିନ୍ତୁ ଥାନା ଅଧିକାରୀ ଏନେଇ କୌଣସି ଅଭିଯୋଗ ପାଇନଥିବା ପ୍ରକାଶ କରିଛନ୍ତି । ଥାନାରେ ଅଭିଯୋଗ କରିବା ପାଇଁ ଅଞ୍ଚଳ ବାସି ସୁରକ୍ଷିତ ମଣୁନଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ ଯୋଜନାବଧ ଭାବେ ଗଞ୍ଜେଇ ଚାଷ ଓ ମାଓବାଦୀଙ୍କ କାର୍ଯ୍ୟକ୍ରମର ଦମନ ନ କଲେ ଆଗାମୀ ଦିନରେ ପୋଲିସ ନିୟନ୍ତ୍ରଣ ବାହାରକୁ ଜିଲ୍ଲା ଚାଲିଯିବ ବୋଲି ସାଧାରଣରେ ଦାବି ହେଉଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.