କନ୍ଧମାଳରେ ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା ।

0 251

କନ୍ଧମାଳ,୨୩/୦୨(ପିପିଟି) : ଭାରତୀୟ ନିର୍ବାଚନ ଆୟୋଗ ଜାତୀୟ ଭୋଟର ଦିବସ, ୨୦୨୨ଉପଲକ୍ଷେ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ପ୍ରତ୍ୟେକ ଭୋଟ୍ ର ଗୁରୁତ୍ଵକୁ ଦୋହରାଇବା ପାଇଁ ଏକ ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ (SVEEP) କାର୍ଯ୍ୟକ୍ରମ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା ଲୋକମାନଙ୍କ ପ୍ରତିଭା ଓ ସୃଜନଶୀଳତାକୁ ବନିଯୋଗ କରିପାରିବା ସହିତ ସେମାନଙ୍କର ସମ୍ପୃକ୍ତି ଗଣତନ୍ତ୍ରକୁ ମଜଭୁତ୍ କରିପାରିବ । ବିଷୟ ବସ୍ତୁ ‘‘ ମୋର ଭୋଟ ହେଉଛି ମୋର ଭବିଷ୍ୟତ- ଗୋଟିଏ ଭୋଟ୍ ର ଶକ୍ତି” (” My vote is my future-Power of one Vote”) । ଭାରତୀୟ ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀ ଅନୁଯାୟୀ ଯେକୌଣସି ସରକାରୀ ଭାଷା ବ୍ୟବହାର କରାଯାଇ ପାରିବ। ଏହି ପ୍ରତିଯୋଗିତା ୫ଟି ବର୍ଗରେ ହେବ ଯଥା:- କୁଇଜ୍, ସ୍ଲୋଗାନ୍, ଗୀତ, ପୋଷ୍ଟର ଡିଜାଇନ୍‌ ଏବଂ ଭିଡିଓ ମେକିଙ୍ଗ୍ । ପ୍ରତ୍ୟେକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠାନିକ, ବୃତ୍ତିଗତ ଓ ଅଧିକାରୀବର୍ଗ ରେ କରାଯିବ ଅର୍ଥାତ୍ ଶିକ୍ଷାନୁଷ୍ଠାନ, ଯେଉଁମାନଙ୍କର ପେଶା ଭିଡିଓ ତିଆରି କରିବା, ଗୀତ ଗାଇବା, ପୋଷ୍ଟର ଡିଜାଇନ୍ ହୋଇଥିବ ସେମାନେ, ଏବଂ ଏ ସବୁଥିରେ ଅଳ୍ପ ଦକ୍ଷତା ଥିବା ସୌଖୀନ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିପାରିବେ । ସମସ୍ତ ବୟସ ଗୋଷ୍ଠୀ ପାଇଁ ପ୍ରବେଶଯୋଗ୍ୟ ଏହା କ୍ଲାଉଡ୍ ସୋର୍ସ ମାଧ୍ୟମରେ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ବିଷୟବସ୍ତୁ ପାଳନ କରିବାକୁ ଲକ୍ଷ୍ୟ ରଖିଥିବା ଆବଶ୍ୟକ । ତା ୧୫.୦୩.୨୦୨୨ ସୁଦ୍ଧା ପ୍ରାପ୍ତ ଏଣ୍ଟ୍ରି ଗୁଡ଼ିକୁ ବିଚାରକୁ ନିଆଯିବ ବୋଲି ଜଣାପଡ଼ିଛି । ପ୍ରଥମ ଜାତୀୟ ଭୋଟ୍ ସଚେତନତାରେ ଅଂଶଗ୍ରହଣ କରି ରୋମାଞ୍ଚକର ନଗଦ ଅର୍ଥରାଶି ଜିତିବାକୁ କୁହାଯାଇଛି। ଅଂଶଗ୍ରହଣ କରିବାକୁ ହେଲେ contest website https://ecisveep.nic,in/contest/ ଅନୁସରଣ କରିବାକୁ କୁହାଯାଇଛି ଏବଂ ସମ୍ପୂର୍ଣ ଗାଇଡ୍‌ଲାଇନ୍ କୁ ମଧ୍ୟ ଅନୁସରଣ କରିବାକୁ କୁହାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.