କଣ୍ଟେନମେଣ୍ଟ ଜୋନ ହେଲା ଭଞ୍ଜନଗର ।

0 148

ଭଞ୍ଜନଗର,ତା-୨୬/୦୬(ପିପିଟି); ଭଞ୍ଜନଗର ଏନ.ଏ.ସି ର ୬ ଓ ୧୨ନଂ ୱାର୍ଡରୁ ୫ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ନିର୍ବାହୀ ଅଧିକାରୀ ଜିଲ୍ଲାପ୍ରଶାସନକୁ ନିବେଦନ କରିଥିଲେ। ଆଜି ନିର୍ଦ୍ଦେଶ ଆସିବା ପରେ ସହର ର ଏହି ୨ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଓ ଏହା ବ୍ୟତୀତ ଏନ.ଏ.ସି ର ଅନ୍ୟ ୧୩ଟି ୱାର୍ଡ ସମେତ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଅଗଝୋଳ, ବାଉଁଶ ଲୁଣ୍ଡି, ଢୁଢୁଆ,ଗାମୁଣ୍ଡି, ଜାମ ପଲ୍ଲୀ ଓ ଲାଲସିଙ୍ଗ କୁ ବଫର ଜୋନ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ୬ ଓ ୧୨ନଂ ୱାର୍ଡକୁ ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ କରାଯାଇ ଯାତାୟାତ ଓ ଦୋକାନ ବଜାର ଉପରେ କଟକଣା ଲଗାଯାଇଛି। ଏହି ଅଞ୍ଚଳରେ ବାସ କରୁଥିବା ଲୋକ ମାନେ ସତର୍କତା ଅବଲମ୍ବନ କରି ଘରେ ରହିବା ଜରୁରୀ ହୋଇ ପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.