କଣ୍ଟେନମେଣ୍ଟ ଜୋନ ଅପେକ୍ଷାରେ ବାରୁଡ଼ା ।

0 31

ଭଞ୍ଜନଗର,ତା-୨୦/୦୬(ପିପିଟି); ଭଞ୍ଜନଗର ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଆଜି ପର୍ଯ୍ୟନ୍ତ ଏହି ବ୍ଲକରେ ୧୨ଟି ପଜିଟିଭ କେଶ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।ଗତକାଲି ବ୍ରାହ୍ମଣ ପଦର ପଞ୍ଚାୟତର ଝାଲିଆ ଗୋଛାରେ ୬ଟି କେଶ ବହାରିବାରୁ ତାହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବାପରେ ଏବେ ବାରୁଡ଼ାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆବେଦନ କରାଯାଇଛି। ଏଠାରେ ୨ଜଣ ରାସନ ଦୋକାନୀଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ଏବଂ ଏହି ଗ୍ରାମରେ ବହୁ ପ୍ରବାସୀ ଓଡିଆମାନେ ରହୁଥିବାରୁ ଅଧିକ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏଭଳି  ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ର ଆଦେଶ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବି.ଡି.ଓ ଅନୀଲ କୁମାର ସେଠୀ କହିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.