କଣ୍ଟେନମେଣ୍ଟ ଜୋନରେ ଲକ୍ଷଣ ଚିହ୍ନଟ ଅଭିଯାନ ।

0 266

ଭଞ୍ଜନଗର,୦୬/୦୮(ପିପିଟି); ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହେତୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏହି ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରଥମେ ବିଶୋଧନ କରାଯାଇଥିଲା । ଏହାପରେ ଡାକ୍ତର କୁସୁମାଞ୍ଜଳି ମହାପାତ୍ରଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି । ମେଡିକାଲ ଟିମ ଘର ଘର ବୁଲି ଲୋକଙ୍କ ତାପମାତ୍ରା ଯାଞ୍ଚ କରିବା ସହିତ କୋଭିଡ ଲକ୍ଷଣ ସମ୍ପର୍କରେ ପଚାରି ବୁଝୁଛନ୍ତି । ଏଥି ସହିତ ରକ୍ତଚାପ, ମଧୁମେହ,ଦୃଦରୋଗ ଭଳି ରୋଗୀଙ୍କ ତଥ୍ୟ ସ୍ୱତନ୍ତ୍ର ଭାବେ ସଂଗ୍ରହ କରାଯାଉ ଥିଲା । ସେହିଭଳି ମେଡିକାଲ ଟିମ ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ । ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ବ୍ୟବହାର ଦ୍ୱାରା କରୋନା ସଂକ୍ରମଣ ନିୟନ୍ତ୍ରଣ ହେବ ।ଏଣୁ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଲୋକଙ୍କୁ ସଚେତନତା କରିଥିଲେ । ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ କୁମାର ବେହେରା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆସନ୍ତା ୧୦ ତାରିଖ ପର୍ଯନ୍ତ ଗ୍ରାମକୁ ସଡଡାଉନ ମଧ୍ୟ ଘୋଷଣା କରିଛନ୍ତି । ଏଥିରେ ଏଏନଏମ ସାସ୍ୱତୀ ସିନ୍ଧୁସୁତା ସାହାଣୀ,ନୋଡାଲ ଅଫିସର ପଦ୍ମଚରଣ ସେଠୀ, ଅଙ୍ଗନବାଡି ବନୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ଗ୍ରାମର ହରିଜନ ସାହିରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏଣୁ ଗ୍ରାମର ଆକ୍ରାନ୍ତ ସଂଖ୍ୟା ୧୪ ପହଞ୍ଚିଛି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.