କଡା ସୁରକ୍ଷା ମଧ୍ୟରେ ଆଇସୋଲେଶନରେ ରହିଲେ ୧୧୪ ଜଣ ।

0 388

ଶେରଗଡ,(ପିପିଟି)୩୦/୦୪-ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟକୁ ବୁଧବାର ରାତ୍ରି ପ୍ରାୟ ୧୨ଟା ବେଳେ ସୁରଟରୁ ଆସିଥିବା ଦୁଇଟି ବସରୁ ୧୧୪ ଜଣଙ୍କୁ ଆଇସୋଲେଶନ ରେ ରଖାଯାଇଛି।ସମସ୍ତଙ୍କ ପରିଚୟ ଯାଞ୍ଚ  ପରେ ସମସ୍ତଙ୍କୁ  ଆଦର୍ଶ ବିଦ୍ୟାଳୟର ଆଇସୋଲେଶନ ୱାର୍ଡରେ ରଖାଯାଇଛି।ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତିଦିନ ଯାଞ୍ଚ  କରାଯାଇ ପ୍ରତିଦିନ ସରକାରଙ୍କ ନିୟମ ଅନୁଯାୟୀ ଖାଦ୍ୟ ଓ ଜଳଖିଆ ଦିଆଯାଇ ଏପରି ୧୪ଦିନ ରଖାଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ ।ଉକ୍ତ କେନ୍ଦ୍ରରେ ଜଣେ ନୋଡାଲ ଅଧିକାରୀ ଭକ୍ତି ରଞ୍ଜନ ବେହେରା ସମେତ ଜଣେ ସ୍ୱାସ୍ଥ୍ୟ କର୍ମୀ, ଜଣେ ଫାର୍ମସିଷ୍ଟ, ଦୁଇଜଣ ଆଶା,ଚାରିଜଣ ପାଚିକା ସହାୟିକା,୧୦ଜଣ ସ୍ବେଚ୍ଛାସେବୀ,୫ଜଣ ସ୍ୱୟଂ ସହାୟକ ଗୋଷ୍ଟିର କର୍ମକର୍ତ୍ତା, ଉକ୍ତ ୧୧୪ଜଣଙ୍କ ସେବାରେ ଅଛନ୍ତି ।ଶେରଗଡ଼ ପୋଲିସ ପକ୍ଷରୁ କିଛି ପୋଲିସ ଫୋର୍ସ ଙ୍କ ସହାୟତା ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉକ୍ତ କୋଠା କୁ କଡା଼ସୁରକ୍ଷା ସହ ବେରକେଟ ଘେରା କରି ରଖାଯାଇଛି।ପଞ୍ଚାୟତର  ନୋଡାଲ ଅଧିକାରୀ, ବିଡିଓ ତହସିଲଦାର ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପସ୍ଥିତ ରହି ରାତିରେ ସେମାନଙ୍କ ଆନୁସଙ୍ଗିକ ଵ୍ୟଵସ୍ଥା ତଦାରଖ କରିଥିଲେ।ଉକ୍ତ ପରିବେଶ କୁ ପ୍ରତିଦିନ ସଫା ରଖିବା ,ପିଇବା ପାଣି ମହଜୁଦ କରାଯାଇଛି।ଉକ୍ତ ୧୧୪ଜଣ ମଧ୍ୟରେ ଶେରଗଡ଼ ବ୍ଲକ ର ବ୍ରାହ୍ମଣଛାଇ ଅଞ୍ଚଳର ୪୦ଜଣ ଥିବା ବେଳେ ବଳକା ଅନ୍ୟ ବ୍ଲକ ଅଞ୍ଚଳର ଅଛନ୍ତି ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ ।ପୋଲିସ ପକ୍ଷରୁ ରାତି ଦିନିଆ  ରହୁଥିବା ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ଚିକିତ୍ସା କୋଭିଡ ପରୀକ୍ଷା କରାଯିବ।ଯଦି ଏମାନଙ୍କ ମଧ୍ୟରେ କେହି ଆକ୍ରାନ୍ତ ହୁଅନ୍ତି ତେବେ ସମସ୍ତଙ୍କୁ ପୁଣି ପରୀକ୍ଷା କରାଯାଇ ୧୪ଦିନ ପରେ ଛଡ଼ାଯିବ ବୋଲି ପ୍ରଶାସନ କହିଛି।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.