କଟକଣା କୋହଳ ; ଅବମାନନା କଲେ ଦଣ୍ଡ ।

0 1,022

ଛତ୍ରପୁର ତା.୧୯-୪ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୀବନଯାତ୍ରା ସ୍ବାଭାବିକ କରିବାପାଇଁ କରୋନା କଟକଣାକୁ କୋହଳ କରିଛନ୍ତି । ଅପ୍ରେଲ ୨୦ ତାରିଖ ଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ସକାଳ ୭ଘଣ୍ଟା ଠାରୁ ଅପରାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଧାର୍ଯ୍ୟ  ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ । କିନ୍ତୁ ବ୍ୟବସାୟୀ ମାନଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ ସେମାନେ ବ୍ୟବସାୟ କରିବେ । ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ କଟକଣାମୁକ୍ତ । ବିଭିନ୍ନ ଗ୍ୟାରେଜ୍, ପାର୍ଟସ୍ ଦୋକାନ ଓ ଗାଡି ସୋ ରୁମ୍ ଖୋଲା ରହିବ । ଗାଁ ଗହଳିରୁ ଅବରୋଧ ହଟାଯିବ । ପ୍ରାଥମିକ ସେବା ସମବାୟ ସମିତି ଖୋଲା ରହିବ । ବ୍ୟାଙ୍କ ଯଥାରୀତି କାର୍ଯ୍ୟ କରିବ । ନରେଗା କାର୍ୟ୍ୟ ଚାଲୁ ରହିବ । ବିଡିଓ ମାନେ ମାସ୍କ କ୍ରୟ କରି ନରେଗା ଶ୍ରମିକ ମାନଙ୍କୁ ଦେବେ  ।       ଅଟୋ, ଟ୍ୟାକ୍ସି,. ଯାତ୍ରୀବାହୀ ବସ୍ ଚଳାଚଳ କରିବ ନାହିଁ । ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଏବଂ କର୍ମଚାରୀ ଯଥାରୀତି ଉପସ୍ଥିତ ରହିବେ । ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବାରୁ ସଂପୃକ୍ତ କର୍ମଚାରୀ ମୁଖ୍ୟାଳୟ ଛାଡିପାରିବେ ନାହିଁ  । ସରକରୀ କର୍ମଚାରୀମାନେ ବ୍ୟକ୍ତିଗତ ଯାନରେ ଯା ଆସ କରିବେ ।  ମଟରସାଇକେଲ କଟକଣା ଯଥାରୀତି ବଳବତ୍ତର ରହିବ । ଦୁଇ ଚକିଆ ଯାନରେ କେବଳ ଚାଳକ ହିଁ ଯାତାୟତ କରିବ । ବିନା କାରଣରେ ଦୁଇଚକିଆ ଯାନରେ ବୁଲିଲେ ଜୋରିମାନା ଆଦାୟ ହେବ  । ସରକାରୀ କାର୍ଯ୍ୟାଳୟରେ ଲିଫ୍ଟ ବନ୍ଦ ରହିବ । ସିଡି ରେଲିଂ ନ ଧରିବା ପାଇଁ କର୍ମଚାରୀଙ୍କୁ କୁହାଯାଇଛି  । କୌଣସି ସରକାରୀ କର୍ମଚାରୀ ସର୍ବସାଧାରଣ ପରିବହନ ଯାନ ବ୍ୟବହାର କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ମାଲବାହୀ ଯାନରେ ଲୋକମାନେ ଯାତାୟତ କରିପାରିବେ ନାହିଁ ।      ଚା ଦୋକାନ, ପାନ ଦୋକାନ, ଗୁଟଖା ଦୋକାନ, ଗୁପଚୁପ୍ ଦୋକାନ, ଠେଲାଗାଡି ଜଳଖିଆ ବନ୍ଦ ରହିବ । କାର୍ଯ୍ୟାଳୟରେ କର୍ମଚାରୀମାନେ ପାନ ଗୁଟଖା ଖାଇଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ । ହୋଟେଲ ଗୁଡିକରେ ଟେବୁଲରେ ବସି ଖାଇବା ମନା । କେବଳ ଖାଦ୍ୟ କ୍ରୟ କରି ନିଆ.ଯାଇପାରିବ । ରାସ୍ତା କଡରେ ପ୍ରଶାସନିକ ଅନୁମତି ନେଇ ସୀମିତ ସଂଖ୍ୟକ ଢାବା ଖୋଲା ରହିବ  । ସେଠାରୁ କେବଳ ଖାଦ୍ୟ କ୍ରୟ କରି ନିଆଯାଇ ପାରିବ । ଉକ୍ତ ସ୍ଥାନରେ ଖାଇବା ନିଷେଧ କରାଯାଇଛି  । ସପିଙ୍ଗ୍ ମଲ୍, ଗହଣା ଦୋକାନ, ସିନେମା ହଲ୍ ପ୍ରଭୃତି ବନ୍ଦ ରହିବ  । ସାପ୍ତାହିକ ହାଟ ହୋଇପାରିବ ନାହିଁ  । ଭୋଜିଭାତ, ସାମାଜିକ ପର୍ବ, ମନ୍ଦିର,ମସଜିଦ୍, ଗୀର୍ଜା ଘର ଗୁଡିକରେ ଜନସମାଗମ ବନ୍ଦ  । ମୃତକ କାର୍ଯ୍ୟରେ କୋଡିଏ ଜଣ ଏବଂ ବିବାହ କାର୍ଯ୍ୟରେ ଦଶଜଣ ବ୍ୟକ୍ତି ସମାଗମ ହୋଇପାରିବେ  ।      ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ରହିବ । ବିଭିନ୍ନ ପ୍ରବେଶ ପଥରେ ଯାଞ୍ଚ  ବ୍ୟବସ୍ଥା ଯଥାରୀତି କାର୍ଯ୍ୟ କରିବ । ଜିଲ୍ଲାକୁ ଶ୍ରମିକ ଆସିବା ପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେବାକୁ ହେବ । ଶ୍ରମିକ ମାନେ କର୍ମସ୍ଥଳରେ ହିଁ ରହିବେ ।      ସାମାଜିକ ଦୂରତ୍ବ ଅଧିକ କଡାକଡି କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଦୋକାନୀ ପାଣି, ସାବୁନ୍ ଓ ସାନିଟାଇଜର୍ ଓ ଗରାଖଙ୍କୁ ବିକ୍ରୟ ପାଇଁ ମାସ୍କ ରଖିବେ । ଦୋକାନ ସମ୍ମୁଖରେ ଛଅ ଫୁଟ ଲେଖାଏଁ ଦୂରତ୍ବରେ ଗରାଖଙ୍କ ପାଇଁ ସ୍ଥାନ ଚିହ୍ନଟ କରିବେ । ଦୋକାନରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ । ଯେଉଁ ଦୋକାନରେ ଗହଳି ଦେଖିବାକୁ ମିଳିବ ପ୍ରଶାସନ ତାହାକୁ ଅବିଳମ୍ବେ ସିଲ୍ କରିବ । ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି କାର୍ଯ୍ୟପନ୍ଥା ଗ୍ରହଣ କରିବେ । ଜିଲ୍ଲାର ସମସ୍ତ ଜନସାଧାରଣ ଶୃଙ୍ଖଳିତ ଭାବରେ ସବୁ ନିୟମ ମାନି ଚଳିଲେ ପରବର୍ତ୍ତୀ ପର୍ଯ୍ୟାୟରେ କଟକଣାକୁ ଅଧିକ କୋହଳ  କରାଯିବା ସହିତ ଯେଉଁ ଠାରେ ବିଶୃଙ୍ଖଳା ଦେଖାଯିବ ସେଠାରୁ ସମସ୍ତ ସୁବିଧା ପ୍ରତ୍ୟାହାର କରାଯିବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି ।

Leave A Reply

Your email address will not be published.