କଂଗ୍ରେସ ଓ ବାମ ପନ୍ଥୀ ଦଳର ବନ୍ଦ ଡାକରା ସଫଳ ।

0 296

ଭଞ୍ଜନଗର,୧୫/୦୭(ପିପିଟି); କରୋନା ମହାମାରୀ ସମୟ ଲୋକଙ୍କ ଅର୍ଥନୀତି ଦୋହଲି ଯାଇଥିବା ବେଳେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଓ କଂଗ୍ରେସ ଦଳ ତରଫରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିଲା।ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର କଂଗ୍ରେସ ପକ୍ଷରୁ ପ୍ରଶାନ୍ତ କୁମାର ବିଶୋୟୀଙ୍କ ନେତୃତ୍ୱରେ କର୍ମୀମାନେ ଏକାଠି ହୋଇ ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।ଏଥିସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିଥିଲେ। ଭଞ୍ଜନଗର ଜନସାଧାରଣ ଏହି ବନ୍ଦ କୁ ସ୍ୱତଃପ୍ରବୃତ ଭାବେ ସମର୍ଥନ ଜଣାଇଥିଲେ। ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ଚନ୍ଦ୍ର ବିଶୋଇ,ଏନଏସି ସଭାପତି ସୁକାନ୍ତ କୁମାର ଦିଗାଲ,ଜବାହାରଲାଲ ସାହୁ, ନାରାୟଣ ସେଠି, ଚିତ୍ତ ରଞ୍ଜନ ପଟ୍ଟନାୟକ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି, ବିନାୟକ ପାଣିଗ୍ରାହୀ , ରଜନୀ କାନ୍ତ ବିଶ୍ୱାଳ, ପିଣ୍ଟୁ ରାଉଳ, ଚିନ୍ମୟ ସ୍ୱାଇଁ, ବାଲ୍ୟ କୁମାର ବେହେରା, ଆଶିଷ ସ୍ୱାଇଁ, ରାଜେନ୍ଦ୍ର ନାୟକ, ପପୁ ଓ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।ସେହିପରି ବାମପନ୍ଥୀ ଦଳ ପକ୍ଷରୁ ସିପିଆଇ ଓ ସିପିଏମ କର୍ମୀମାନେ ସଂଘବଦ୍ଧ ହୋଇ ମୋଦି ସରକାରଙ୍କ ଜନ ବିରୋଧୀ ନୀତି ଓ ଦରଦାମ ବୃଦ୍ଧିକୁ ନିନ୍ଦା କରି ସହର ପରିକ୍ରମା କରିଥିଲେ।ଏଥିରେ ହରିକୃଷ୍ଣ ସାହୁ, ଅଭିମନ୍ୟୁ ଗୌଡ଼,ସୋମନାଥ ନାୟକ, ମାଧବ ନାୟକ,ଶ୍ୟାମଘନ ସେଠି, କଂଗ୍ରେସ ପିସିସି ସଭ୍ୟ ଦେବୀ ବିଷୋୟୀ, ଗିରିଜା ଶଙ୍କର ଭୂୟାଁ, ବିକ୍ରମ ବିଷୋୟୀ, ଭାସ୍କର ପତି ଓ ଅନ୍ୟ ମାନେ ସାମିଲ ହୋଇଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.