ମାଲକାନଗିରି,୦୮/୦୧(ପିପିଟି): ଆଜି କୁଡୁମୁଲୁଗୁମ୍ମା ବଜାରରେ ସ୍ଥାନୀୟ ତହସିଲ ଓ ପୋଲିସ କର୍ମଚାରୀଙ୍କ ମିଳିତ ସହଯୋଗରେ ଓମିକ୍ରୋନ ସଂପର୍କରେ ସଚେତନତା ବର୍ତ୍ତା ପ୍ରଚାର କରାଯାଇଥିଲା। ଆଜିର ଏହି ଅଭିଯାନରେ ସ୍ଥାନୀୟ ତହସିଲଦାର ବିଜୟ ମାଣ୍ଡାଙ୍ଗୀ, ପୋଲିସ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା,ଏ.ଏସ୍.ଆଇ କମଳ ଲୋଚନ ନାୟକ, ରାଜସ୍ବ ନିରୀକ୍ଷଣ କପିଳାସ ନାୟକ, ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଡାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତଙ୍କୁ ମାସ୍କ ପିନ୍ଧିବା,ଦୋକାନ ଆଗରେ ଛକି ଚିହ୍ନ ସୂଚିତ କରିବା, ଗହଳି ପୁର୍ଣ୍ଣ ସ୍ଥାନକୁ ନଯିବା, ପରସ୍ପର ଠାରୁ ଦୂରତ୍ଯ ବଜାୟ ରଖିବା,ସାବୁନ ଲଗେଇ ହାତ ଧୋଇବା ଭଳି ନୀତି ନିୟମ କୁ ମାନିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ନୀତି ନିୟମର ଅଣଦେଖା କଲେ ପ୍ରଶାସନ ପକ୍ଷରୁ ଖିଲାପକାରୀ ମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ମାଣ୍ଡା°ଗୀ ସତର୍କ କରାଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post