ଭୁବନେଶ୍ବର,୦୯/୦୪- କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମଥର ପାଇଁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହା ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ରହି ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ଲୋକସଭା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କୃଷିମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତଥିଲେ ।ଓଡିଶାର ସ୍ଥିତି ସଂପର୍କରେ ଆଲୋଚନା କରାଯାଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ।ସେ କହିଛନ୍ତି ଲକ୍ ଡାଉନ ଅବଧି ବଢାଇବା ପାଇଁ କ୍ଯାବିନେଟରେ ନିଷ୍ପତ୍ତି ନିଆଯାଇଛି ।ଏପ୍ରିଲ ୩୦ ଯାଏଁ ଓଡିଶାରେ ଲକ୍ ଡାଉନ ରହିବ ।ଏନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।ଏହାସହ ଜୁନ ୧୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ବାହାର ରାଜ୍ୟ ଥିବା ଓଡିଶା ଶ୍ରମିକଙ୍କ ଯତ୍ନ ପାଇଁ ସମସ୍ତ ରାଜ୍ୟକୁ ଅନୁରୋଧ କରିଛୁ ଏବଂ ଓଡିଶାରେ ଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ କଥା ସରକାର ଯତ୍ନ ନେଉଛନ୍ତି ।ମନରେଗା କାର୍ଯ୍ୟ ଜାରି ରହିବ କିନ୍ତୁ ସାମାଜିକ ଦୂରତ୍ବ ରକ୍ଷା ପ୍ରତି ଦୃଷ୍ଟି ଦିଆଯିବ ।କୃଷି କାର୍ଯ୍ୟ ଜାରି ରହିବ ।ମାଲ ପରିବହନ ଯେପରି ବାଧା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ।ରାଜ୍ୟରେ କୋଭିଡ୍ -୧୯ ଚିକିତ୍ସା ଓ ଟେଷ୍ଟିଙ୍ଗ୍ କିଟ୍ ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ଏକ ଲକ୍ଷ ରେପିଡ୍ ଟେଷ୍ଟିଙ୍ଗ୍ ସୁବିଧା ପାଇଁ ପଦକ୍ଷେପ ନିଆଯାଉଛି ।ଟେଲି ମେଡିସିନ୍ ସୁବିଧା ଯୋଗାଇଦେବା ପାଇଁ ଆଗକୁ ଯେଉଁ ଡାକ୍ତର ମାନେ ଆସିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ଯତାର ବଡ ଶତୃ ରୂପେ ଦେଖାଦେଇଛି ।ତେଣୁ ଆମେ ସମସ୍ତେ ସାହସର ସହିତ ମୁକାବିଲା କରିବା ଆବଶ୍ୟକ ।Attachments area