ଓଡ଼ିଆ ପ୍ରବାସୀଙ୍କୁ ଗୋଲାପ ଫୁଲ ଓ ମିଷ୍ଟାନ ଖୁଆଇ ସମ୍ବର୍ଦ୍ଧନା ଦେଲେ ସରପଞ୍ଚ ।

0 245

ବୋଲଗଡ,୧୮/୦୬(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାଗରଗାଁ ଗ୍ରାମ ପଞ୍ଚାୟତରେ ଆଜି ଗୁରୁବାର ସକାଳ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର  କେନ୍ଦ୍ରରୁ ସୁସ୍ଥହୋଇ ଫେରିଥିବା ୨୦ଜଣ ଓଡ଼ିଆ ପ୍ରବାସୀଙ୍କୁ ସରପଞ୍ଚ ସୁବାସ ଚନ୍ଦ୍ର ରାୟଗୁରୁ  ଗୋଲାପ ଫୁଲ ଓ ମିଷ୍ଟାନ ଦେଇ ସମ୍ବର୍ଦ୍ଧନା କରି ବିଦାୟୀ କରିଥିଲେ । ସଂଗରୋଧ କେନ୍ଦ୍ରରୁ ମୋଟ ୧୧୭ଙ୍କ ମଧ୍ୟରୁ ପୂର୍ବରୁ ୬୩ଜଣ ଯାଇଥିବାବେଳେ ଆଜି ଗୁରୁବାର ଦିନ ୫୪ଜଣଙ୍କ ମଧ୍ୟରୁ ୨୦ଜଣ  ପ୍ରବାସୀ ଓଡ଼ିଆ ଭାଇମାନେ  ସୁସ୍ଥହୋଇ ନିଜଗ୍ରାମକୁ ଫେରିଛନ୍ତି,  ବିଦାୟ ସମୟରେ  ଭାବବିହୋଳିତ ଦୃଶ୍ୟ ଦେଖିବାକୁ ମିଳିଛି, ଅନେକ ସ୍ଥାନରେ ପ୍ରବାସୀ ଓଡ଼ିଆଭାଇ ମାନଙ୍କୁ ସଠିକ ଭାବେ ଖାଦ୍ୟ  ମିଳୁନ ଥିବାରୁ ଅସୁବିଧା ଦେଖା ଯାଇଥାଏ । ମାତ୍ର ସାଗର ଗାଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, କୋଭିଡ୍ ୧୯ ସଂଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ସ୍ଥାନୀୟ ସରପଞ୍ଚକୁ ପ୍ରଶଂସା କରିଛନ୍ତି । ବିଦାୟ ଦିବସରେ  ଭାବ ବିମୋହିତ ଦୃଶ୍ୟ ଦେଖିବାକୁ ମିଳିଛି, ଏହି ସମ୍ବର୍ଦ୍ଧନା ଦିବସରେ ଟିଏମସି  ମ୍ୟାନେଜର ପ୍ରଫୁଲ୍ଲ କୁମାର ସିଂ,ସବିତା ମହାରଣା , ବନିତା ମାଝୀ ସହ ଯୋଗ କରିଥିଲେ ଏବଂ ଯିବା ସମୟରେ ନିଜଘରେ ୭ ଦିନ  କିପରି ହୋମ କ୍ବାରେଣ୍ଟାଇନ ରେ ରହିବେ ସେ ବିଷୟରେ ବିସ୍ତୃତ ଭାବରେ ଅବଗତି କରେଇ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।
ରିପୋର୍ଟ – ସୁଶାନ୍ତ ପ୍ରଧାନ

Leave A Reply

Your email address will not be published.