ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ ।

0 650

ବ୍ରହ୍ମପୁର,୧୪/୦୭(ପିପିଟି); ବ୍ରହ୍ମପୁର ନିବାସୀ ତଥା ସେଣ୍ଟ ଭିନସେଣ୍ଟସ କନଭେଣ୍ଟ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି । ସେ କିଛିଦିନ ହେଲା ଉଦର ସସମସ୍ୟାରେ ଅସୁସ୍ଥ ଥିଲେ । ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ମଞ୍ଚ ନାଟକ, ଓଡ଼ିଆ ଚଳଚିତ୍ରରେ ଅଭିନୟ କରି ସେ ଚଳଚିତ୍ର ଜଗତରେ ବେଶ ଜଣାଶୁଣା କଳାକାର ଥିଲେ। ସମୟ, ଅଭିମାନ,ସତୀ ଅନୁସୂୟା, ଉପେଦ୍ର ଭଞ୍ଜ, ଫଟା କପାଳ, ଇତ୍ୟାଦିରେ ସେ ଅଭିନୟ କରିଥିଲେ। ମଞ୍ଚ ଅଭିନେତ୍ରୀ ଭାବେ ସେ ଗଞ୍ଜାମ, କନ୍ଧମାଳ  , ମାଲକାନଗିରି, କଳାହାଣ୍ଡି, ମୟୁରଭଞ୍ଜ, ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ରାଜ୍ୟ ସ୍ତରୀୟ ନାଟକ ସମାରୋହରେ ସାମିଲ ରହିଥିଲେ।ବ୍ରହ୍ମପୁରରେ ବେଥାନି ସିଷ୍ଟେର ମାନେ କନଭେଣ୍ଟ ସ୍କୁଲ ଦାୟିତ୍ୱ ନେବା ଠାରୁ ସେ ଏହି ସ୍କୁଲରେ ଶିକ୍ଷୟତ୍ରୀ ଭାବେ ନିୟୋଜିତ ଥିଲେ। କିଛି ବର୍ଷ ପୂର୍ବେ ସେ ଅବସର ଗ୍ରହଣ କରିଥିଲେ । ଆଶୁ କବି ସ୍ବର୍ଗତ ଜେମସ ଦାସଙ୍କ ବଡ଼ ଝିଅ ଜ୍ୟୋତ୍ସ୍ନା ଦାସଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଭାଇ, ଭାଉଜ, ପୁତୁରା, ଝିଆରୀ ଓ ଶୁଭେଚ୍ଛୁ ବୃନ୍ଦ ଉପସ୍ଥିତ ଥିଲେ ।ସଙ୍ଗୀତଜ୍ଞ  ଯତୀନ ଦାସ ଓ ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସଙ୍କ ବଡ଼ ଭଉଣୀ ବିୟୋଗରେ ବହୁ ବ୍ୟକ୍ତି ସମବେଦନା ଜଣାଇ  ଜ୍ୟୋତ୍ସ୍ନା ଦାସଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

Leave A Reply

Your email address will not be published.