ଏ ଏସ୍ ଆଇ ମହେଶ୍ୱର ବେହେରା ପାଇଲେ ଡିଜିପି ପୁରସ୍କାର ।

0 338

କୋଦଳା,୦୭/୦୯(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଥାନା ରେ କାର୍ଯ୍ୟରତ ଏ ଏସ୍ ଆଇ ମହେଶ୍ୱର ବେହେରାଙ୍କୁ ଡିଜିପି ପୁରସ୍କାର ସହ ସମ୍ବଦ୍ଧିତ କଲେ ଗଞ୍ଜାମ ଏସ୍.ପି ବ୍ରିଜେଶ କୁମାର ରାୟ । ଉଲ୍ଲେଖନୀୟ ସେବାପାଇଁ ୨୦୨୦ ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଏ ଏସ୍ ଆଇ ବେହେରାଙ୍କୁ । ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି ସେବା ମନବୃତି, କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ଜାରି ରଖିବାକୁ ଏସପି ପରାମର୍ଶ ଦେଇଛନ୍ତି । ଶ୍ରୀ ବେହେରା ଗତ ଦୁଇ ବର୍ଷ ଧରି କୋଦଳା ଥାନାରେ କାର୍ଯ୍ୟରତ ଅଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.