ଏବିଭିପି ଢେଙ୍କାନାଳ ପକ୍ଷରୁ ଷ୍ଟୁଡେଣ୍ଟ କିଟ୍ ବଣ୍ଟନ ।

0 34

ଢେଙ୍କାନାଳ,(ପିପିଟି)୨୯/୦୪-କରୋନାର ଏହି ଘଡି ସନ୍ଧି ସମୟରେ ଲକ୍ ଡାଉନ ଚାଲୁଥିବା ହେତୁ ଶିକ୍ଷା ବ୍ୟବସ୍ଥା ରେ ଅସୁବିଧା ଉପୁଜିଛି । ଏହି ସମୟରେ ଏବିଭିପି ଯାହାକି ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ କିଛି ଅଭିନବ ପ୍ରୟାସ ଆରମ୍ଭ କରିଛି । ସବୁବେଳେ ବିଦ୍ୟାର୍ଥୀ ଙ୍କ ସହଯୋଗ ପାଇଁ ଏବିଭିପି ଆଗେଇ ଆସିଥାଏ । ଆଜି ଏବିଭିପି ଢେଙ୍କାନାଳ ପକ୍ଷ୍ୟରୁ ଉତ୍କଳ ବିପନ୍ନ ସହାୟତା ସମିତି ଭୁବନେଶ୍ବର ର ସହଯୋଗ ରେ କିଛି ବିଦ୍ୟାର୍ଥୀ ଭାଇ ଭଉଣୀ ମାନଙ୍କ ର ଯେପରି ପାଠପଢ଼ା ରେ ଅସୁବିଧା ନ ହୁଏ ସେଥି ପାଇଁ  ଅତ୍ୟାବଶ୍ୟକ ପାଠ୍ୟ ଉପକରଣ  , ( ପାଠ୍ୟ ଉପକରଣ, ଖାତା ପେନ୍ ପେନିସିଲ ) ସହ ମାସ୍କ, ଓ ସାବୁନ୍ ବଣ୍ଟନ କରାଗଲା I ଆଜି ପ୍ରଥମ ଦିନରେ ଏହି ଭଲି ୩୦ ଜଣ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ କରାଗଲା । ଜିଲ୍ଲା ସଂଯୋଜକ ବି ସୂର୍ଯ୍ୟ ରୋଶନ ଏହି ସେବା କାର୍ଯ୍ୟରେ ଉପସ୍ଥିତ ଥିଲେ । ନଗର ସମ୍ପାଦକ ଅରିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ଏବିଭିପି ଏହି ଭଳି ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଅସୁବିଧା ରେ ଥିବା ବିଦ୍ୟାର୍ଥୀ ଭାଇ ଭଉଣୀ ମାନକ ପାଖରେ ପହଂଚି ତାଙ୍କୁ ସହଯୋଗ କରିବୁ । ସିଦ୍ଧାର୍ଥ ଜେନା, ଅରୂପ ପଟ୍ଟନାୟକ, ହରମୋହନ ବେହେରା, ସୂର୍ଯ୍ୟମଣି ଜେନା ପ୍ରମୁଖ  ବଣ୍ଟନ ରେ ସହଯୋଗ କରିଥିଲେ l
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.