ଏପ୍ରିଲ ମାସ ନିମନ୍ତେ ଅଙ୍ଗନବାଡି ର ଶୁଖିଲା ଖାଦ୍ୟ ବଣ୍ଟନ ।

0 176

କୋଦଳା,(ପିପିଟି ନ୍ଯୁଜ୍)୧୯/୦୪ – ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ତଥା ବେଗୁନିଆପଡା ଓ କୋଦଳା ଅଞ୍ଚଳ ର କରୋନା ଯୋଦ୍ଧା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ,  ତହସିଲଦାର ପ୍ରଭାତ କୁମାର ପରିଡା, ଥାନା ଅଧିକାରୀ ଦେବାଶିଷ ମହାନ୍ତି , ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ,ବିଡିଓ ବେଦବର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ କୋଦଳା ର କେତେକ ଅଙ୍ଗନବାଡି କର୍ମୀ ସେମାନଙ୍କ ଅଙ୍ଗନବାଡି କେନ୍ଦ୍ର କୁ ଆସୁଥିବା ୩ବର୍ଷ ରୁ ୬ବର୍ଷ ପ୍ରାକ ବିଦ୍ୟାଳୟ  ଶିଶୁମାନଙ୍କୁ ସେମାନଙ୍କ ଘର ମାନଙ୍କୁ ଯାଇ ଏପ୍ରିଲ ମାସ ନିମନ୍ତେ ଶୁଖିଲା ରନ୍ଧାଖାଦ୍ୟ ଯଥା ଚାଉଳ , ଡାଲି , ପନିପରିବା , ଅଣ୍ଡା ଓ ସକାଳ ଜଳଖିଆ ଚୁଡାମୁଆ ଓ ମୁଗ ପ୍ରଦାନ କରିଛନ୍ତି ତତ ସହିତ ବାହାରେ ଛେପ ପକାଇବେ ନାହିଁ , ନିଶ୍ଚିତ ଭାବେ ମାସ୍କ ପିନ୍ଧିବେ ,ଭଲଭାବେ ହେଣ୍ଡ୍ଵାଶ ରେ ହାତ ଧୋଇବେ, ସାମାଜିକ ଦୂରତ୍ୱ କୁ ମାନି ଚାଲିବେ ଏବଂ ଆବଶ୍ୟକ ନ ଥିଲେ ଘରୁ ପଦାକୁ ବାହାରିବେ ନାହିଁ ବୋଲି ସେମାନଙ୍କୁ ସଚେତନ କରିଥିଲେ ।ଏହା କଲେ କରୋନା କୁ ଆମ୍ଭେ ଜିତିବା ବୋଲି କହିଥିଲେ ।

Leave A Reply

Your email address will not be published.