ବେଗୁନିଆ: ୨୦/୧୦ (ପିପିଟି): ବେଗୁନିଆ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥାର ଶାରଦୀୟ ସ୍ବତନ୍ତ୍ର ଶିବିର ଚଳିତ ମାସ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖ ଦିନ କଲେଜ ପରିସରରେ ଉଦଯାପିତ ହୋଇଯାଇଛି। ଶିବିରକୁ କଲେଜର ଉପାଧ୍ୟକ୍ଷ ଡଃ. ମନମୋହନ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିବିରରେ ୨୫ଜଣ ଛାତ୍ର ଓ ୨୫ଜଣ ଛାତ୍ରୀ ଯୋଗଦାନ କରିଥିଲେ। ମୁଖ୍ୟତଃ “ସ୍ବଚ୍ଛ ଭାରତ ଅଭିଯାନ” ଓ ” କୋଭିଡ୍ ୧୯ ସଚେତନତା ” ଉପରେ ସ୍ବେଚ୍ଛାସେବୀ ମାନେ ୭ଦିନ ଧରି କାର୍ଯ୍ୟ କରିଆସୁଥିଲେ। ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଡ଼ଃ. ଦିଲ୍ଲିପ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥିଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି ଏବଂ ଏନ୍ ଏସ୍ ଏସ୍ ମହିଳା କାର୍ଯ୍ୟ କ୍ରମ ଅଧିକାରୀ ଅଧ୍ୟାପିକା ବିଜୟଲକ୍ଷ୍ମୀ ସୁବୁଦ୍ଧି ୭ଦିନ ଧରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନବକିଶୋର ବିଷୋୟୀ ସହଯୋଗ କରିଥିଲେ। ଏହି ଭଳି ସମାଜର ଉନ୍ନତି ମୁଳକ କାର୍ଯ୍ୟଶୈଳୀକୁ ବୁଦ୍ଧିଜୀବୀ ଓ ଅନ୍ୟ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।)