ଏକ ଆହତ ଷଣ୍ଢକୁ ଗ୍ରାମବାସି ଏବଂ ପଶୁ ଚିକିତ୍ସଳୟର କର୍ମଚାରୀଙ୍କ ଦ୍ୱାରା ଚିକିତ୍ସା ।

0 1,364

ସାନଖେମୁଣ୍ଡି,୨୧/୦୮(ପିପିଟି); କରୋନା ମହାମାରୀ ଏବେ ଗଞ୍ଜାମ ର ବିଭିନ୍ନ ଗ୍ରାମରେ ତାର କାୟା ବିସ୍ତାର କରୁଥିବା ପରିଲକ୍ଷିତ ହେଉଛି । ପ୍ରଶାସନ ତରଫରୁ ଏହାର ମୁକାବିଲା କରିବା ପାଇଁ ଲକ୍ ଡାଉନ, ସଟ୍ ଡାଉନ ଭଳି ବିଭିନ୍ନ କରୋନା ନିୟମ ମାନ ପ୍ରଚଳିତ କରିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପଶୁପକ୍ଷୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି କିନ୍ତୁ ପଶୁ ଚିକିତ୍ସକ୍ ମାନଙ୍କ ଉଚିତ ଦାଇତ୍ଵ ସମ୍ପର୍ଣ୍ଣ କରିଥିବାରୁ ନିରୀହ ପଶୁ ମାନେ ଶାନ୍ତିରେ ରହିଛନ୍ତି । ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମରେ ଏକ ଷଣ୍ଢ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ସାନଖେମୁଣ୍ଡି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଫୋନ କରିଥିଲେ । କାଳବିଳମ୍ବ ନକରି ଭିଏସ ତାଙ୍କର ଏକ ସହଯୋଗୀ ଲକ୍ଷଣ ସେଠିଙ୍କୁ ଗ୍ରାମକୁ ପଠେଇଥିଲେ । ଦର୍ଜୀ ବିଷୋୟୀ , ମିଥୁନ ବିଷୋୟୀ,ଅମୀର ପ୍ରଧାନ, ଜିତୁ ପ୍ରଧାନ,ଶିଶିର କୁମାର ସାହୁ,ଜଗନ୍ନାଥ ବରାଡ଼ ପ୍ରମୁଖଙ୍କ ସହଯୋଗରେ ଆହତ ଷଣ୍ଢଟିକୁ ଚିକିତ୍ସା କରିଥିଲେ । କରୋନା ସମୟରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ପଶୁ ମାନଙ୍କ ଜୀବନ ରକ୍ଷା କରୁଛନ୍ତି । ଦିନ ହେଉ କିମ୍ବା ରାତି ଯେତେବେଳେ ମଧ୍ୟ ଡାକିଲେ ଉପସ୍ଥିତ ରୁହନ୍ତି ଡାକ୍ତର । ତାଙ୍କର ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିବା ସହ ଏମାନେ ବି ଜଣେ ଜଣେ କରୋନା ଯୋଦ୍ଧା ବୋଲି ସମ୍ବୋଧନ କରିଛନ୍ତି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.