ଏକ ଅଜଣା ଜ୍ୱରରେ ୫ ରୁ ଅଧିକ ମୃତ, କରୋନା ଯୋଦ୍ଧା ମାନେ ଭୟଭୀତ ।

0 1,706

ସାନଖେମୁଣ୍ଡି,୦୭/୦୭(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ କୋଭିଡ଼ ୧୯ ବା କରୋନା ଭୁତାଣୁ ତାଣ୍ଡବ ଆରମ୍ଭ କରିସାରିଲାଣି । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ମହାମାରୀ କରୋନା । ଏବେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସାନଖେମୁଣ୍ଡି ବ୍ଲକ ର ଖଲିଙ୍ଗି ଗ୍ରାମ ର ଜୈନିକ ବ୍ୟକ୍ତି ବ୍ରହ୍ମପୁର ବଡ଼ମେଡିକାଲ ଚିକିତ୍ସା ହେଉଥିବା ବେଳେ କରୋନା ଲକ୍ଷଣ ଥିବା ଯୋଗୁଁ କୋଭିଡ଼ ମେଡିକାଲକୁ ନିଆଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଜଣା ଜ୍ୱର ସାଧାରଣ ଲୋକଙ୍କୁ କବଳିତ କରି ରଖିଛି । ପ୍ରତ୍ୟେକ ଦିନ ସାନେଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଅଜଣା ଜ୍ୱରରେ ପୀଡିତ ହୋଇ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । କରୋନା ଭୟାବହତାକୁ ଦେଖି ଯେଉଁ ମେଡିକାଲକୁ ଚିକିତ୍ସା ହେବାକୁ ଯାଉଛନ୍ତି ସେଠାରେ ଡାକ୍ତର କରୋନା ସନ୍ଦେହ କରି ଘଉଡ଼ାଇଦେଉଛନ୍ତି । ଅତଙ୍କର ବାତାବରଣ ଖେଳି ଯାଇଛି ସାନଖେମୁଣ୍ଡି ଅଞ୍ଚଳରେ । ଅଞ୍ଚଳର ଯେଉଁମାନେ ସର୍ଭେ କରାଇ ଘରେ ରହିବାକୁ ସଚେତନତା କରାଉଥିଲେ ସେମାନେ ଆଜି ଭୟଭୀତ । କଙ୍କୋରଡ଼ା ଚା ଦୋକାନୀ ଠାରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ ଆହୁରି ତୀବ୍ରତର ହୋଇପଡିଛି । ଆଡ଼ପଡ଼ା ମେଡିକାଲର ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ଡ୍ରାଇଭର, କର୍ମଚାରୀ ଓ ସାନଖେମୁଣ୍ଡି ତହସିଲଦାରଙ୍କ କରୋନା ପଜିଟିଭ ହେବା ପରେ ପୁରା ପ୍ରଶାସନ ନିରବ ଦ୍ରଷ୍ଟା ପାଲଟି ଯାଇଛନ୍ତି । ପ୍ରବାସୀ ଓଡିଆ‌  ଆସିବା ପରେ ଅଞ୍ଚଳରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି । ସାନଖେମୁଣ୍ଡିରେ ୨୭ ଜଣ ସଂକ୍ରମଣ ହୋଇଥିବା ବେଳେ ଆଡ଼ପଡ଼ା, କଙ୍କୋରଡ଼ା, ଖଲିଙ୍ଗି, ଗମ୍ଭାରୀଗୁଡ଼ା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଏବଂ କେତେକ ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିଭଳି ପାଟପୁର ଗ୍ରାମରେ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବାରୁ ସରପଞ୍ଚ କଣ୍ଟେନମେଣ୍ଟ ଜୋନ୍ ଓ ସଟ୍‌ଡ଼ାଉନ ଘୋଷଣା କରିଥିଲେ ସୁଦ୍ଧା ଜନସାଧାରଣଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ଲୋକେ ସଟଡାଉନକୁ ବେଖାତିର କରି ବାହାରେ ବୁଲୁଥିଲେ । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଏରେଣ୍ଡ୍ରା ଗ୍ରାମ ରେ ଏକ ଅଜଣା ଜ୍ୱର ପ୍ରାୟ ସମସ୍ତଙ୍କୁ ବ୍ୟାପିବାରେ ଲାଗିଲାଣି ଏବଂ ଏହି ଜ୍ୱର ରେ ୫ ରୁ ଉର୍ଦ୍ଧ୍ବ ଜଣଙ୍କ ମୁଣ୍ଡ ବି ନେଇସାରିଲାଣି । ମେଡ଼ିକାଲର ସୁବିଧା ନ ପାଇ ଲୋକ ପୋକ ମାଛି ପରି ମରୁଛନ୍ତି । ସରପଞ୍ଚ ବାରମ୍ବାର କହିଲା ପରେ ମଧ୍ୟ କୌଣସି ମେଡ଼ିକାଲ ଟିମ,ଆଶା କର୍ମୀ,ଅଙ୍ଗନୱାଡି କର୍ମୀ ଘର କୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି । କରୋନା ଭୟ ରେ ଯୋଦ୍ଧା ମାନେ ଭୟ ଭୀତ ହୋଇପଡିଛନ୍ତି । ଔଷଧ ଦୋକାନକୁ ଗଲେ ଦୋକାନୀ ଔଷଧ ଦେଉନାହାନ୍ତି । ସାନଖେମୁଣ୍ଡି ବ୍ଲକ ବାସି ଅଡପଡା ଏବଂ ପାଟପୁର ମେଡ଼ିକାଲ ଉପରେ ନିର୍ଭର କରୁଥିବାରୁ ସେ ଦୁଇଟି ମେଡ଼ିକାଲ ରେ କୌଣସି ଡାକ୍ତର ନାହାନ୍ତି ।ଲୋକ ମାନେ ଏବେ ଭୟଭୀତ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ଲକ୍‌ଡ଼ାଉନ୍‌କୁ ଆହୁରି କଡ଼ାକଡ଼ି କରାଗଲେ କରୋନା  ସଂକ୍ରମଣକୁ ରୋକାଯାଇପାରିବ । ଏନେଇ ଜିଲ୍ଲା ପ୍ରଶାସନ ସାନଖେମୁଣ୍ଡି ବ୍ଲକକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଜନଜୀବନ ରକ୍ଷା କରାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପ୍ରକାଶ ପାଇବା ସହ ଦାବି ମଧ୍ୟ ହୋଇଛି ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.