ଏଆଇଟିୟୁସି ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ।

0 57

ବୌଦ୍ଧ,(ପିପିଟି)୧୧/୦୫ ,କୋଭିଡ  ୧୯ ଯୋଗୁଁ ରାଜ୍ୟରେ ଶ୍ରମିକଙ୍କ ମଧ୍ୟରେ ସୃଷ୍ଟି ହେlଇଥିବା  ସମସ୍ୟା ଗୁଡିକ ସମ୍ପର୍କରେ ଏଆଇଟିୟୁସି  ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ଦାବି ମଧ୍ୟରେ ରହିଛି,ବିଭିନ୍ନ ରାଜ୍ୟରେ  ଦୁର୍ଦଶାରେ ପଡିଥିବା ଯେଉଁ  ପ୍ରବାସୀ ଶ୍ରମିକ ମାନେ ନିଜ ଘରକୁ ଫେରିବାକୁ ଚାହୁଛନ୍ତି  ସେମାନଙ୍କ ଫେରିବା ବ୍ୟବସ୍ଥା ସରକାର ସୁନିଶ୍ଚିତ କରାଇବା,ଦୀର୍ଘ ୧୩୪ ବର୍ଷର  ଆନ୍ତର୍ଜାତୀୟ  ଶ୍ରମ ଆଇନକୁ ଉଲଂଘନ କରି ରାଜ୍ୟ ସରକାର ୮ ଘଣ୍ଟା ପ୍ରତିବଦଳରେ ୧୨ ଘଣ୍ଟା ଶ୍ରମ ନିର୍ଘଣ୍ଟ ପ୍ରଚାଳନପାଇଁ କରିଥିବା ଘୋଷଣାନାମାକୁ  ଅବିଳମ୍ବେ ପ୍ରତ୍ୟାହାର କରିବା,କୌଣସି ଆଧାର କାର୍ଡ ଅନ୍ତର୍ଦୋୟ କାର୍ଡ ବି.ପି.ଏଲ, ଏ .ପି.ଏଲ. କାର୍ଡ ଦେଖାଇବାକୁ ବାଧ୍ୟ ନକରି ସମସ୍ତ ଶ୍ରମିକଙ୍କୁ ରାସନ ଯୋଗାଇବା,ସମସ୍ତ ଅଣସଂଗଠିତ କ୍ଷେତ୍ରର ଶ୍ରମିକ, ଠିକା , ଅସ୍ଥାୟୀ ଦିନ ମଜୁରିଆ ଶ୍ରମିକ ପରିବାରକୁ ଉଜ୍ଜଳା ରନ୍ଧନଗ୍ୟାସ ଯୋଜନାରେ  ସାମିଲ,ଲକ୍ ଡାଉନରେ ପଡିଥିବା ସମସ୍ତ ଶ୍ରମିକଙ୍କୁ ମଜୁରି ମିଳିବା ସୁନିଶ୍ଚିତ କରାଇବା,ମଜୁରି କାଟ ବନ୍ଦ କରିବା,କାହାକୁ ଛଟେଇ ନ କରିବା, ସମସ୍ତ ଶ୍ରମିକଙ୍କ  ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରାଇବା, ଅଣସଂଗଠିତ କ୍ଷେତ୍ର ସମସ୍ତ ଶ୍ରମିକ, ସଂଗଠିତ କ୍ଷେତ୍ରର  ଠିକ ଓ ଅସ୍ଥାୟୀ ଶ୍ରମିକ, ଆତ୍ମନିଯୁକ୍ତି ଶ୍ରମିକ, ଦିନ ମଜୁରିଆ ସମସ୍ତ ମୋଟର କର୍ମଚାରୀ ଯଥା ବସ, ଅଟୋ, ଟେକ୍ସି ପ୍ରଭୁତି ଘୋରଇ କ୍ଷେତ୍ରରେ ନିଯୁକ୍ତ ଶ୍ରମିକଙ୍କୁ ପୁନଃ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ଅନ୍ତତଃ ସେମାନଙ୍କ ପରିବାରକୁ ମାସକୁ ୭୫୦୦ ଟଙ୍କା କରି ୩ ମାସ ପର୍ଯ୍ୟନ୍ତ ପ୍ରଦାନ, ଆଶା ଓ ଅଙ୍ଗନବାଡି  କର୍ମୀ ସମେତ ତୃଣମୂଳ ସ୍ତରରେ ସମୁଖ ଭାଗରେ ରହି କୋଭିଡ ୧୯ ବିରୋଧରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇବାକୁ ସୁନିଶ୍ଚିତ କରାଇବା,ଲକ୍ ଡାଉନ ପରେ କାର୍ଯ୍ୟରେ ଯୋଗ ଦେବାବେଳେ ମାଲିକ ମାନେ ଶ୍ରମିକମାନଙ୍କୁ ମାସ୍କ, ସାନିଟାଇଜର, ପ୍ରଭୁତି ଯୋଗାଇବାକୁ ସୁନିଶ୍ଚିତ କରାଇବା,ପ୍ରବାସୀ ଶ୍ରମିକ ଆଇନ ୧୯୭୯ ସମୃଦ୍ଧ କରି ସେମାନଙ୍କ  ହିତରେ ସୁରକ୍ଷା ,ବକେୟାଥିବା ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ତାଙ୍କର ବକେୟା ପ୍ରାପ୍ୟ ୧୫୦୦ ଟଙ୍କା ପ୍ରଦାନ ଭଳି ସମୁହ ଦାବିକୁ ନେଇ ଏଆଇଟିୟୁସି ପକ୍ଷରୁ ପ୍ରତିବାଦ  କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ,ସମ୍ପାଦକ ଅବକାଶ ସହୁ,ମା ଭୈରବୀ ବସ କର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସାହୁ,ପ୍ରଫୁଲ୍ଲ ନାଏକ,ପ୍ରଦୀପ କୁମାର ସାହୁ,ଅରକ୍ଷିତ ଭୋକ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.