ଋଷିକୂଲ୍ୟା ନଦୀରେ ବୁଡି ଯୁବକ ନିଖୋଜ ।

0 434

ହିଞ୍ଜିଳିକାଟୁ,୧୯/୦୯( ପିପିଟି): ହିଞ୍ଜିଳିବ୍ଳକ ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନନ୍ଦିକ ଗ୍ରାମରେ ଋଷିକୂଲ୍ୟା ନଦୀରେ ଜଣେ ଯୁବକ ଭାସିଯିବା ସହ ଜୀବିତ କିମ୍ବା ମୃତ ରହସ୍ୟ ବୃତ ରହିଛି ।ସୂଚନା ଯୋଗ୍ୟ ଯେ ସେହି ଅଞ୍ଚଳର ନନ୍ଦକିଶୋର ଦାସଙ୍କ ପୁତ୍ର ମିଟୁ ଦାସ (୩୦) ଶୁଦ୍ଧି କ୍ରିୟା କାର୍ଯ୍ୟ ସମ୍ପାଦନ ନିମନ୍ତେ ଗ୍ରାମ୍ୟ ନଦୀକୁ ଯାଇଥିଲେ ।ନିକଟରେ ଥିବା ସମ୍ପର୍କୀୟ ବ୍ୟକ୍ତି ବିଶେଷ ବହୁ ସମୟ ଧରି ମିଟୁ ଦାସ ଫେରସ୍ତ ନ ହେବାରୁ ନଦୀ କୂଳକୁ ଦେଖିବାକୁ ଯାଇଥିଲେ । ସେଠାରେ ଗାଧୋଇ ଯାଇଥିବା ମିଟୁ ଦାସଙ୍କୁ ନପାଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସି ଘଟଣା ସ୍ଥଳରେ ପହଞ୍ଚିବା ସହ ବୋଟ୍ ମାଧ୍ୟମରେ ମିଟୁ ଦାସଙ୍କୁ ବହୁ ସମୟ ଧରି ଖୋଜାଖୋଜି କରିବା ସହ ତାଙ୍କୁ ପାଇ ନଥିଲେ । ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ତଦନ୍ତ କରୁଥିବା ବେଳେ ଅଗ୍ନିଶମ ବିଭାଗ ତରଫରୁ ବିଭାଗୀୟ କେନ୍ଦ୍ର ଅଧିକାରୀ ଗୌତମ ସାହୁ ଅଦ୍ୟାବଧି ମିଟୁ ଦାସ ନିଖୋଜ ଥିବା ସୂଚନା ଦେଇଛନ୍ତି ।(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.