ଉଲୁଣ୍ଡା ପୂର୍ବତନ ଥାନ ଅଧିକାରୀଙ୍କ ପରଲୋକ ।

0 281

ଉଲୁଣ୍ଡା,ତା-୦୨/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପୂର୍ବ ଥାନାଧିକାରୀ ବିଧୁଭୁସଣ ପୁଟାଙ୍କ ପରଲୋକ ହୋଇଯାଇଛି ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ କାର୍ଯ୍ୟକାଳ ଭିତରେ ଉଲୁଣ୍ଡା ଅଂଚଳରେ ଲୋକମାନଙ୍କ ସୁଖ ଦୁଃଖର ସାଥି ହୋଇ ସୁରକ୍ଷା ଦେଇ ଆସୁଥିଲେ । କିଛିଦିନ ପୂର୍ବରୁ ଉଲୁଣ୍ଡା ଥାନାରୁ ବଦଳି ହୋଇ ସୋନପୁର ମୁଖ୍ୟାଳୟରେ ଯୋଗଦାନ କରିଥିଲେ । ଗତ ୨୩ ତାରିଖରେ ସ୍ୱାସ୍ଥ୍ୟ ଖରାପ ହେବାରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧୁବାର ପରଲୋକ ହୋଇଥିଲା । ଅପରାହ୍ନରେ ତାଙ୍କ ଶବ ଦର୍ଶନ ପାଇଁ ଉଲୁଣ୍ଡା ଅଣାଯାଇଥିଲା । ଦର୍ଶନ ପାଇଁ ଏସଡ଼ିପିଓ ଧିରାଜ ଚୋପଦାର,ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ,ରେଞ୍ଜର ଶିବ ପ୍ରସାଦ ନାୟକ,ଉଲୁଣ୍ଡା ସାମ୍ବାଦିକ ସଂଘ,ଯୁବ ମହାସଂଘ ଉଲୁଣ୍ଡା,ସମସ୍ତ ପୋଲିସ ଟିମ, ବହୁ ପ୍ରଶାସନିକ ଅଧିକାରୀ ଓ ଅଞ୍ଚଳବାସୀ ଶେଷ ଦର୍ଶନ କରିଥିଲେ । ପରେ ଏକ ବାଇକ ରାଲିରେ ପୋଢ଼ଟିକିରା ଛକ ପର୍ଯ୍ୟନ୍ତ ନିଆଯାଇ ଅନ୍ତିମ ବିଦାୟ ଦିଆଯାଇଥିଲା । ସ୍ବର୍ଗତ ପୁଟାଙ୍କର ସ୍ତ୍ରୀ ଓ ଛୋଟ ଛୋଟ ଦୁଇ ପୁଅ ଅଛନ୍ତି । ତାଙ୍କ ନିଜ ଗାଁ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅର୍ଜୁନପୁର ରେ ଅନ୍ତିମ ସଂସ୍କାର କରାଯାଇଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.