ଉପ ଜିଲ୍ଲାପାଳ ଶ୍ରମିକଙ୍କ ସହ ଶ୍ରମଦାନ କଲେ ।

0 309

ପଦ୍ମପୁର,୦୨/୦୮(ପିପିଟି);ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ଲକଡାଉନ ତଦାରଖ କରିବାପାଇଁ ପଦ୍ମପୁରର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ପଦ୍ମପୁର ସହର ଓ ନିକଟସ୍ଥ ଗ୍ରାମପଞ୍ଚାୟତ ପରିଦର୍ଶନ ରେ ବାହାରିପଡିଥିଲୋ କରୋନା ପ୍ରକୋପ ହେବା ଦିନଠାରୁ ଶ୍ରୀ ଦରୱାନ୍ ଦିବାରାତ୍ର ଏକାକାର କରି ବିଭିନ୍ନ ବ୍ଲକ ,ବିଭିନ୍ନ ପଞ୍ଚାୟତ ସହ ଗ୍ରାମ ଗୁଡିକୁ ବାରମ୍ବାର ଗ୍ରସ୍ତ କରି କୋଭିଡ-୧୯ ମୁକାବିଲା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ନିଜେ ତଦାରକ କରିଚାଲିଛନ୍ତି । ଆଜି ହଠାତ ଗ୍ରସ୍ତ ସମୟରେ କନସିଂହା ଗ୍ରାମପଞ୍ଚାୟତର ଗୌଡ଼ପାଲି ଗ୍ରାମ ଦେଇ ଯାଉଥିବା ସମୟରେ ତାଙ୍କ ଗାଡିକୁ ଅଟକାଇବା ପାଇଁ ଡ୍ରାଇଭରଙ୍କୁ କହିଥିଲୋ ଗାଡିରୁ ଓହ୍ଲାଇ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକ ଭାଇ ମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ସୁଖ ବିଷୟରେ କଥାବାର୍ତ୍ତା ପରେ ଜାଣିଲେ ଯେ ଏଠି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଭିତରେ ଅନେକ ପ୍ରବାସୀ କାମରେ ଲାଗିପଡିଛନ୍ତି । ନିଜେ ଅନେକ ଖୁସି ଅନୁଭବ ସହ ଏକ କୋଦାଳ ରେ ଶ୍ରମିକ ମାନଙ୍କ ସହ ମିଶି ମାଟି ହାଣିବା ଆରମ୍ଭ କରିଥିଲେ ଏସବୁକୁ ଶ୍ରମିକ ମାନେ ଦେଖି ବିସ୍ମିତ ସହ ଚକିତ ହୋଇ ଯାଇଥିଲେ । ଏଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.