ଉଦ୍ଭିଦ ବିଜ୍ଞାନ ବିଭଗ ନୂତନ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ।

0 303

ଭଞ୍ଜନଗର,୧୮/୧୧(ପିପିଟି): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଗୁରୁବାର ଯୁକ୍ତ ତିନି ପ୍ରଥମ ଓ ଦ୍ଵିତୀୟ ବର୍ଷ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଛି।ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ କରୋନା କଟକଣା ସକାଶେ ଗତବର୍ଷ ସ୍ୱାଗତ କରାଯାଇ ପାରି ନଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼. ସୁବାଷ ଚନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ରୂପେ ଅର୍ଥନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ଼.ରବୀନ୍ଦ୍ର ନାଥ ପାଳ,ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡ଼. ପୀତବାସ ପାଳ, ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ବି.ବି ପାଣିଗ୍ରାହୀ,ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ସୁନିତା ଖଣ୍ଡୁଆଳ,ଅଧ୍ୟାପକ ରଜତ ମିଶ୍ର,ପ୍ରତ୍ୟୁଷ କାର୍ଜି ଓ ଅଧ୍ୟାପିକା ସବିତା ବାରିକ ମଞ୍ଚରେ ଉପସ୍ଥିତ ଥିଲେ।କଲେଜ ଅଧ୍ୟକ୍ଷ ଡ଼.ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ।ପାଠ ପଢାକୁ ଗୁରୁତ୍ୱ ଦେବା ସହ କଠିନ ପରିଶ୍ରମ କଲେ ହିଁ ଭଲ ଫଳ ମିଳିଥାଏ। ଟିଉସନ ଉପରେ ନିର୍ଭର ନକରି କଲେଜରେ ଅଧ୍ୟାପକଙ୍କ କଥାକୁ ମନଦେଇ ଶୁଣିବା ଓ ସବୁ ଶ୍ରେଣୀରେ ଉପସ୍ଥିତ ରହିଲେ ନିଶ୍ଚୟ ସମସ୍ତେ ଭଲ ନମ୍ବର ରଖି ନିଜର ଓ ଏହି କଲେଜର ନାମ ରଖିପାରିବେ ବୋଲି ଅତିଥିମାନେ କହିଥିଲେ। ଏଥିସହ ଛାତ୍ର ରୁଦ୍ର ପ୍ରସାଦ ମଲିକ,ଛାତ୍ରୀ ସୁମନ ସ୍ଵାଇଁ, ଶ୍ରାବଣୀ ରାଉତ ଓ ଅନ୍ୟ ମାନେ ନିଜର ଅନୁଭୂତି ଜଣାଇଥିଲେ।ଶେଷବର୍ଷ ଛାତ୍ର ଶେଷଦେବ ନାୟକ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବାବୁଲା ପ୍ରଧାନ ଓ ହରିସ କୁମାର ମଧ୍ୟ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.