ଉତ୍କଳ ମଣୀ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ ।

0 64

ସାନଖେମୁଣ୍ଡି,(ପିପିଟି)୧୭/୦୬, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଳାଭଣଞ୍ଜା ପଞ୍ଚାୟତର ଗୋପବନ୍ଧୁନଗର ଠାରେ ସ୍ବର୍ଗତ ଉତ୍କଳ ମଣୀ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ବୁଧବାର  ପାଳିତ ହୋଇଯାଇଛି। ସମାଜସେବୀ କାଳୁ ଚରଣ ବେହେରା, ଯୁବ ସମାଜସେବୀ ଅମର ରଥ ଗୋପବନ୍ଧୁ ନଗର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସୋଧନ କରିବା ସହିତ ପୁଷ୍ପମାଲ୍ୟ ଦେଇଥିଲେ। ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସୀମାଞ୍ଚଳ ଗୌଡ଼, ଉପେନ୍ଦ୍ର ବେହେରା, ମୁନା ବିଷୋୟୀ ପ୍ରମୂଖ କୋଭିଡ୧୯ର ସମସ୍ତ ନିୟମ ମାନି ସାମାଜିକ ଦୂରତା ରଖି ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.