ଆହତ ହାତୀର ଚିକିତ୍ସା କଲା ବନବିଭାଗ ।

0 372

ବୋଲଗଡ଼,୦୪/୦୭(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଅନ୍ତର୍ଗତ ଦେଉଳି ପଞ୍ଚାୟତ ବଙ୍ଗେଇ ଜଙ୍ଗଲରେ ଠାବ ହେଲା ଆହତ ହାତୀ । ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜର କରି ଚିକିତ୍ସା କରିଛି । ଗତ ଜୁନ ୨୩ ତାରିଖରେ ଏହି ଜଙ୍ଗଲରେ ଗୋଟିଏ ହାତୀ ଗୋଡରେ ଏକ ଖୁଣ୍ଡା ପଶି ଆହତ ହୋଇ ବୁଲୁଥିବା ସ୍ଥାନିୟ ଲୋକ ବନବିଭାଗକୁ ସୂଚନା ଦେଇଥିଲେ । ବନବିଭାଗ ହାତୀଟିକୁ ଠାବ କରିବାରେ ସକ୍ଷମ ହୋଇ ନ ଥିବା ବେଳେ ଗତ ରାତିରେ ଠାବ କରି ଟ୍ରାଙ୍କୁଲାଇଜର କରି ଚିକିତ୍ସା କରିଛି । ହାତୀଟି ସୁସ୍ଥ ହେବାପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.