ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ।

0 248

ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ।
କୋଦଳା,(ପିପିଟି ନ୍ଯୁଜ୍)୨୬/୦୪- ବେଗୁନିଆପଡା ବ୍ଲକ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ତରଫ ରୁ କରୋନା ଯୋଦ୍ଧା ଦେବାଶିଷ ମହାରଣାଙ୍କ ନେତୃତ୍ବରେ ସମସ୍ତ କର୍ମକର୍ତ୍ତା ପହଞ୍ଚି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ରେ କାର୍ଯ୍ୟରତ ତହସିଲଦାର ପ୍ରଭାତ କୁମାର ପରିଡା , ଥାନା ଅଧିକାରୀ ଦେବାଶିଷ ମହାନ୍ତି , ଫାଣ୍ଡି ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା ସମେତ  ସମସ୍ତ ପ୍ରଶାସନିକ ଅଧିକାରୀ,ଡକ୍ଟର ଜୟଦେବ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଅଧିକାରୀ ଓ ସାମ୍ବାଦିକ ମାନଙ୍କୁ କରୋନା ଯୁଦ୍ଧ ରେ ପତ୍ଯକ୍ଷ ଲଢେଇ ପାଇଁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରିଥିଲେ ,ଏହି ପରିପ୍ରେକ୍ଷୀରେ କୋଦଳା ଠାରେ ସାମ୍ବାଦିକ ସୂର୍ଯ୍ୟନାରାୟଣ ବଡୁ ,ଟୁକୁନା ପ୍ରଧାନ,ସିଲୁ ବିଶ୍ବାଳ ,ଅତ୍ରି ପଟ୍ଟନାୟକ , ଗଣେଶ ଡାକୁଆଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ଏଥିରେ ଆର୍ଟ ଅଫ ଲିଭିଂ ର ସେବା ଯୋଦ୍ଧା ଦେବାଶିଷ ମହାରଣା ଙ୍କ ସମେତ  ଲିପୁନ ଦୋରା, ଶଙ୍କର ନାହାକ, ସନ୍ତୋଷିନୀ ମହାରଣା, ମାମା ନାହାକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କୋଭିଡ୍ ୧୯ ର ଲଢ଼େଇକୁ ବ୍ଲକ ରେ ଆହୁରି ମଜବୁତ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଆହୁରି ଅଧିକ ରୁ ଅଧିକ ସେବା ଯୋଗାଇ ଦେବାକୁ କହିଥିଲେ ।

Leave A Reply

Your email address will not be published.