ଆରପାରିରେ ପ୍ରଖ୍ଯାତ ଅଭିନେତା ବିଜୟ ମହାନ୍ତି ।

0 5,174

ଭୁବନେଶ୍ବର,୨୦/୦୭(ପିପିଟି);ଓଡିଆ ସିନେମା ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଆଜି ଦେହାନ୍ତ ହୋଇଥିବା ଜଣାପଡିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ୧୯୫୦ ମସିହାରେ  କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବିଏ ଶିକ୍ଷା ପରେ ନେସନାଲ୍ ସ୍କୁଲ ଅଫ ଡ୍ରାମା, ନୂଆ ଦିଲ୍ଲୀରେ ଅଧ୍ଯୟନ କରିଥିଲେ । ତାଙ୍କର ବନ୍ଧୁ ନାଶିର୍ ଉଦ୍ଦିନ ଶାହା,ରାଜ ବବର ଏବଂ ଓମ୍ ପୁରୀ ସମେତ ଅନ୍ୟ ମାନେ ନେସନାଲ୍ ସ୍କୁଲ ଅଫ ଡ୍ରାମା ରେ ସହପାଠୀ ଥିଲେ । ତାଙ୍କର ପ୍ରଥମ ଓଡିଆ ଚଳଚ୍ଚିତ୍ର ଚିଲିକା ତୀରେ ଅଭିନୟ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୨୦୧୪ ରେ ଜୟଦେବ ପୁରସ୍କାର, କଳା ଓ ସାହିତ୍ୟରେ ଜାତୀୟ ପୁରସ୍କାର । ରାଜ୍ୟ ଫିଲ୍ମ ପୁରସ୍କାର ଅରତୀ (୧୯୮୨), ମମତା ମାଗେ ମୂଲ(୧୯୮୫),ଏଇ ଆମ ସଂସାର(୧୯୮୬) ,ଆମ ଘର ଆମ ସଂସାର (୧୯୯୧),ଭୀଷ୍ମ ପ୍ରତିଜ୍ଞା (୧୯୯୩), ଭାଇ ହେଲା ଭଗାରୀ(୧୯୯୪),ଓଡିଶା ସିନି କ୍ରିଟିକ୍ସ ପୁରସ୍କାର ୧୯୮୭ ଶ୍ରେଷ୍ଠ ଅଭିନେତା ପୁରସ୍କାର । ୨୦୧୪ ମସିହାରେ ଜାତୀୟ କଂଗ୍ରେସରେ ଯୋଗଦାନ କରି ଭୁବନେଶ୍ବରରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଓଡିଆ ସିନେମା ଜଗତର ଜଣେ ଶ୍ରଷ୍ଠ କଳାକାର ଥିଲେ । ତାଙ୍କର ମୃତ୍ୟୁ ଓଡିଆ ସିନେ ଗଜତର ଅପୂରଣୀୟ କ୍ଷତି ହୋଇଛି ।

Leave A Reply

Your email address will not be published.