ଆମ ସ୍ୱାସ୍ଥ୍ୟ ଆମ ଦାଇତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 1,506

ସାନଖେମୁଣ୍ଡି,(ପିପିଟି ନ୍ଯୁଜ୍)୦୫/୦୬, ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ । ମିଶନ ଶକ୍ତି କୋଭିଡ଼-୧୯ ସ୍ବୟଂସିଦ୍ଧା ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ବିଶ୍ୱ ମହାମାରି କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଓଡିଶା ଗଞ୍ଜାମ ଜ଼ିଲ୍ଲାର ସବୁଠୁ ଅଧିକ ସଂକ୍ରମିତ ହେବାରେ ଲାଗିଛି । ଏଥି ଲାଗି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ଆରମ୍ଭ କରିଛନ୍ତି ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ । ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକର ବିଇଓ କୈଳାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱ ରେ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ଆଜି ରାଧାଦେଇପୁର ଗ୍ରାମ ପଞ୍ଚାୟତରେ ଶ୍ରୀ ପାଣିଗ୍ରାହୀ  ଉପସ୍ଥିତ ରହି କରୋନାରୁ ଜନସାଧାରଣ କିପରି ସଚେତନ ରହିବେ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ତ ସ୍ବେଛାସେବୀଙ୍କୁ ସଚେତନ କରିଥିଲେ । ନିଜେ ସଚେତନ ରହିବା ସହିତ ପ୍ରତ୍ୟେକ ଗ୍ରାମ ରେ କେମିତି ସଚେତନ ରହିବେ ଏବଂ କରୋନ ଭୁତାଣୁକୁ କେମିତି ମୁକାବିଲା କରିବେ  ତାହା ଉପରେ ଆଲୋଚନା କରି ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଧାଦେଇପୁର  ପଞ୍ଚାୟତ ର ସରପଞ୍ଚ ରିତାଞ୍ଜଳୀ ବାରିକ,ବିଜୁ ଯୁବବାହିନୀ ସଦସ୍ୟ,ଅଙ୍ଗନବାଡି କର୍ମୀ,ଆଶା କର୍ମୀ,ଶିକ୍ଷକ ମାନେ ଓ ମିଶନ ଶକ୍ତିର କର୍ମୀ,ସ୍ବୟଂ ସହାୟକ ଗୋଷ୍ଠୀର ମାଁ ମାନେ ଏବଂ ଗ୍ରାମର ଯୁବ ଗୋଷ୍ଠି ଉପସ୍ଥିତ ରହିଥିଲା । ଆଗାମୀ ଦିନରେ କେମିତି ସମସ୍ତେ ସଚେତନ ରହିବେ ତାହା ଉପରେ ଆଲୋଚନା କରାଯାଇଥିଲା l
ରିପୋର୍ଟ :- ଆରତ କୁମାର ହୋତା ।

Leave A Reply

Your email address will not be published.