ଆଦିବାସୀ ସସ୍କୃତିର ନିଆରା ପର୍ବ ହରାଲୀ ତିହାର୍ ।

0 385

ପଦ୍ମପୁର,୨୦/୦୭(ପିପିଟି);  କଥାରେ ଅଛି ବାର ମାସରେ ତେର ପର୍ବ । ଏହି ତେର ପର୍ବ ମଧ୍ୟରେ ଚାଷୀଙ୍କ ଅନେକ ପର୍ବ ପର୍ବାଣୀ ଯଥା, ଅକ୍ଷୟ ତୃତୀୟା ଦିନ ଭୂମିପୂଜନ, ଶିତଳଷଷ୍ଠୀ,ରଜ ସଂକ୍ରାନ୍ତି,ହରାଲୀ ତିହାର, ଗରବଚେରୁ, ନୂଆଁଖାଇ,ମାଡେନ୍ ଯାତ୍ରା ଇତ୍ୟାଦି ପାଳନ କରି ଥାଆନ୍ତିା ପ୍ରାୟତଃ ଗ୍ରାମାଞ୍ଚଳର ଚାଷୀକୂଳଙ୍କ ଘରେ ନୂତନ ବସ୍ତ୍ର ପରିଧାନ କରି ଖୁବ ଆନନ୍ଦ ଉଲ୍ଲାସ ରେ ଠାକୁରଙ୍କୁ ଦର୍ଶନ କରି ପାଳନ କରାଯାଇଥାଏ । ଏଠାରେ ଆବାହମାନ କାଳରୁ ରହିଆସୁଥିବା  ଆଦିବାସୀଙ୍କ କେତେକ ଉକ୍ତ  ନିଆରା ପରମ୍ପରା ପର୍ବ ସଂସ୍କୃତି ସହ ଅନୁବନ୍ଧିତ ରହିଛି । ବର୍ଷାର ଆଗମନ ରେ ଚାଷୀ ଚାଷ କାମକୁ ଆଗେଇ ନେବା ପାଇଁ ତତ୍ପରତା ଦେଖା ଦେଇଥାଏ। ଚାଷ ନିମନ୍ତେ ଆଧୁନିକ  ବିଜ୍ଞାନ ଯୁଗରେ ବିଭିନ୍ନ ଯନ୍ତ୍ରପାତି ଚାଷୀମାନେ ବ୍ୟବହାର କରୁଥିଲେ ମଧ୍ୟ ଚାଷୀଙ୍କୁ ହଳ ନଙ୍ଗଳର  ଆବଶ୍ୟକତା  ପ୍ରାୟତଃ ଆବଶ୍ୟକତା ପଡିଥାଏା ରୋଗ ପୋକ ଦାଉରୁ ଫସଲକୁ ରକ୍ଷା ନିମନ୍ତେ କୀଟନାଶକ ଔଷଧ ଚାଷୀ ବ୍ୟବହାର କରୁଥିଲେ ହେଁ ମନ୍ତ୍ର ଦେଶୀ ଚେରି ମୁଳୀ  ଔଷଧ ବ୍ୟବହାରକୁ ଚାଷୀ ଆଜି ପର୍ଯ୍ୟନ୍ତ ଭୂଲି ପାରିନି। ଏପରି ପରମ୍ପରା ସଂସ୍କୃତି ଓ ବିଶ୍ୱାସର ବନ୍ଧନରେ ଚାଷୀଙ୍କ ଅଗାଢ଼ ବିଶ୍ୱାସ ଉତ୍ଜୀବିତ ରଖି ସଫଳତା ଆଡକୁ ଅଗ୍ରସର ହୁଏ । ଏଠାରେ ଉଲେଲଖନୀୟ ଏହି କି,ଚାଷ କାମ ସହ ପର୍ବ ପର୍ବାଣୀର ସବୁ ବେଳେ ଅନୁବନ୍ଧନ ରହି ଆସିଛି। ପର୍ବ ପର୍ବାଣୀ ମଧ୍ୟରେ ନୂଆଁଖାଇ, ରକ୍ଷା ବନ୍ଧନ  ସହ  ଗ୍ରାମାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟଙ୍କ କେତେକ ପର୍ବ ଯଥା ମାଟି ଦେବତା ପୂଜା, ଛୁଟିବୁଢି, ଝାଙ୍କର ବୁଢା, ବସ୍ତରେନ୍, ଠାକୁର ବୁଢା,ଆଦି ପର୍ବ ପର୍ବାଣୀ ସହ ଏହି ନିଆରା ଅନନ୍ୟ ପର୍ବ “ହରାଲି  ତିହାର୍” ର ମଧ୍ୟ ଗୁରୁତ୍ଵ ରହିଛି। ଚାଷୀ ମାନେ ଚାଷ ସକାଶେ ବ୍ୟବହାର କରୁଥିବା ହଳ ନଙ୍ଗଳ, କୋଡି,  କୋଦାଳ,ଶାବଳ,ଦାଆ,ଟାଙ୍ଗିଆ ଆଦି ଓ ଜଙ୍ଗଲରୁ ଆଣିଥିବା ଭେଲୁଆ ପତ୍ର  ଡାଳକୁ ଏହି ନିଆରା ହରାଲୀ ତିହାର ଦିନ ଘରେ ଆଣି  ପୂଜା କରିବା ସହ ନିଜ ନିଜ ବିଲକୁ ଯାଇ ଭେଳୁଆ ପତ୍ର ଥିବା ଡାଳକୁ ପୂଜା କରିଥାଆନ୍ତି। ଏହା ସହ ଘର ସମ୍ମୁଖରେ  ଥିବା ଦ୍ୱାରବନ୍ଧ ରେ ଏହି ଭେଲୁଅ । ପତ୍ର ଡାଳକୁ ଟଣା ଯାଇଥାଏ । ଫସଲ ଆରମ୍ଭରୁ ଏହି ନିଆର୍ ପର୍ବ ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଆରମ୍ଭ ହେଉଥିବାରୁ ଚାଷୀଙ୍କ ବିଶ୍ୱାସ ଯେ ଏହି ଏହି ଡାଳ ବିଲ ରେ ପୋତି ପୂଜା କରି ଚାଷକୁ ରୋଗ ପୋକ ଦାଉରୁ ରକ୍ଷା ନିମନ୍ତେ ଦେବା ଦେବୀଙ୍କ ଠାରେ ଚାଷୀ ମନସ୍କାମନା କରି ସୁରକ୍ଷା ଦେବା ପାଇଁ ପ୍ରାଥର୍ନା କରୁଥିବା ପରମ୍ପରା ଆବାହମାନ କାଳରୁ ରହି ଆସିଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.