ଆଡପଡା ପଞ୍ଚାୟତରେ ଆସିକା ସାଂସଦ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ।

0 1,084

ସାନଖେମୁଣ୍ଡି,୨୨/୧୨(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ପଞ୍ଚାୟତରେ ବୁଧବାର ପୂର୍ବାହ୍ନରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପହଞ୍ଚି ୨ କୋଟିରୁ ଉର୍ଦ୍ଧ୍ବ ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିବା ୧୪ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିବା ଜଣାପଡ଼ିଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ ସକାଶେ ଆଜି ଆଡ଼ପଡ଼ା ଗ୍ରାମସ୍ଥିତ ଈଶାଣେଶ୍ବର ମନ୍ଦିର ପରିସରରେ ଥିବା ଶିଶୁ ଉଦ୍ୟାନ , ମାଣିକେଶ୍ଵରୀ ବିଦ୍ୟାପୀଠରେ ନୂତନ ନିର୍ମାଣଧୀନ ଛାତ୍ରଛାତ୍ରୀଙ୍କ ଶୌଚାଳୟ , ଶ୍ମଶାନ ଗୃହ , କ୍ଷୁଦ୍ର ଜୈବ ପଦାର୍ଥ ଗୃହ , ରଙ୍ଗୁଣି ଆଦର୍ଶ ପୋଖରୀ,୩୫ ଲକ୍ଷ ଟଙ୍କା ବିନିମୟରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ , ବିଜୁ ପଟ୍ଟନାୟକ ବ୍ୟାୟାମ ଶାଳା , ବିଜୁ ପଟ୍ଟନାୟକ ପାଠାଗାରା , ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ଅତିରିକ୍ତ ଦୁଇଟି ଶ୍ରେଣୀ ଗୃହ,ବିଦ୍ୟାଳୟ ମୁଖ୍ୟ ଫାଟକ , ମୋହିଗୁଡ଼ା ଗ୍ରାମର ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ମା ଠାକୁରାଣୀ ମନ୍ଦିର ମୁଖ୍ୟ ଫାଟକ , ପାଚେରୀ ଏବଂ ରୋଷେଇ ଗୃହ ଉଦଘାଟନ କରିଥିବା ବେଳେ କଇଠବେଢ଼ା ଗ୍ରାମସ୍ଥିତ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଥିବା ଜଣାପଡିଛି । ଏହି ଉଦଘାଟନୀ ଉତ୍ସବରେ ବ୍ଲକ ବିଜେଡି ସଭାପତି ତଥା ସ୍ଥାନୀୟ ସରପଞ୍ଚ ନୀଳମାଧବ ରାଉତ,ସମିତି ସଭ୍ୟ ସୁରେନ୍ଦ୍ର ବାରିକ,ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ , ସାଧାରଣ ସମ୍ପାଦକ ଅମିନ ପ୍ରଧାନ, ବ୍ଲକ ବିଜେଡି ଉପସଭାପତି ଧୋବା ସ୍ୱାଇଁ , ଅନ୍ତର୍ଯ୍ୟାମୀ ସ୍ୱାଇଁ,ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ,ଧିରେନ୍ ରଣା ,ବିକ୍ରମ ବରାଡ଼, ସନ୍ତୋଷ ବିଷୋୟୀ , ତୋଫାନ ସ୍ବାଇଁ ସମେତ ବହୁ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.