ଆଜି ଭଞ୍ଜନଗର ରେ ୨୦ଆକ୍ରାନ୍ତ ଚିହ୍ନଟ ।

0 176

ଭଞ୍ଜନଗର,୨୭/୦୭(ପିପିଟି); ଆଜି ଗଞ୍ଜାମ ଜିଲ୍ଲାରେ ମୋଟ ୪୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୩ଜଣ କୋରନା ଯୋଦ୍ଧା ଙ୍କ ସମେତ ୧୨ଜଣ ଏବଂ ଆଣ୍ଟିଜେନ ଟେଷ୍ଟ ରେ ଭଞ୍ଜନଗର ର ୮ଜଣ ପଜିଟିଭ ଥିବା ଜଣାପଡିଛି । ୩କୋରନା ଯୋଦ୍ଧା ମଧ୍ୟରେ ୨ଜଣ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟ ଜଣେ ପୋଲିସ ଥାନା କର୍ମଚାରୀ ଅଛନ୍ତି।ଭଞ୍ଜନଗର ଏନ.ଏ.ସି ଭେଜିପୁଟ ବାଲିସାହିର ଜଣେ ଓ ୧ନଂ ୱାର୍ଡ ମହାନ୍ତି ସାହିରୁ ଜଣେ ଥିବାବେଳେ ଏହି ବ୍ଲକର ବଦାଙ୍ଗୀ ଗ୍ରାମର ୨ଜଣ, କୁଲାଡ଼ର ୨ଜଣ, ବାରୁଡ଼ା, କବିରାଜପୁର ଗ୍ରାମର ଜଣେ ଲେଖାଏଁ ରହିଛନ୍ତି।ଅନ୍ୟଜଣେ ଶେରଗଡ଼ର ଶ୍ରୀରାମ ନଗର ଅଞ୍ଚଳର ବ୍ୟକ୍ତି ଏଠାରେ ପରୀକ୍ଷା କରି ଥିବାରୁ ତାଙ୍କର ମଧ୍ୟ ପଜିଟିଭ ବାହାରିଥିବା ଜଣାପଡିଛି।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.