ଆକ୍ସନ ମୁଡ଼ରେ କୋଦଳା ପୋଲିସ ।

0 448

କୋଦଳା,୦୩/୦୭(ପିପିଟି) ;ଆକ୍ସନ ମୁଡ଼ରେ କୋଦଳା ପୋଲିସ । ସାରା ଗଞ୍ଜାମ ଜିଲ୍ଲାରେ ମହାମାରୀ କୀଲ୍ଲର କରୋନାର କାୟା ବିସ୍ତାରକୁ ନେଇ  ପ୍ରଶାସନ ଚିନ୍ତାରେ । ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ କୋଦଳା ପ୍ରଶାସନ ପୁରାପୁରି ସଜାଗ ରହି ଲୋକଙ୍କୁ ସଚେତନ କରୁଥିଲେ ସୁଦ୍ଧା କିଛି ଅମାନିଆ ସୁଧୁରୁନାହାନ୍ତି । ବାରମ୍ବାର କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଡାକବାଜି ଯନ୍ତ୍ର ଦ୍ଵାରା କରୋନା ସଚେତନତା ବାର୍ତ୍ତାନେଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଥିବା ଜଣାପଡ଼ିଛି । ପରିବା ବଜାର ରେ ଅହେତୁକ ଗହଳି ଦେଖି କିଛି ଦିନ ପାଇଁ ପରିବା ଦୋକାନ ଗୁଡିକ ବନ୍ଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଠେଲା ଗାଡିରେ ବୁଲି ବିକ୍ରି କରିବାକୁ ତହସିଲଦାର ପରାମର୍ଶ ଦେଇଥିଲେ ଯାହାଫଳରେ ଜୁଲାଇ ଦୁଇ ତାରିଖ ଠାରୁ ପରିବା ବଜାର ସମ୍ପୂର୍ଣ ବନ୍ଦ ହୋଇଯାଇଛି । ଶୁକ୍ରବାର ଥାନା ଅଧିକାରୀ ଦେବାଶିଷ ମହାନ୍ତି ସେକଣ୍ଡ ଅଫିସର ଅନିଲ କୁମାର ସାହୁ ଓ ସହକର୍ମୀଙ୍କୁ ନେଇ ମଠବ୍ରହ୍ମପୁର , କଞ୍ଚଣା ଛକ, ଦଣ୍ଡୀଶ୍ଵର ଗେଟ ଏବଂ କୋଦଳା ଚାରିଛକ ଠାରେ ନାକାବନ୍ଦି କରି ଅମାନିଆ ଗାଡିଚାଳକ , ମାସ୍କ ପିନ୍ଧିନ ଥିବା ବ୍ୟକ୍ତିଙ୍କ ଠାରୁ ୧୨୦୦୦ ଟଙ୍କା  ଜୋରିମାନା ଆଦାୟ କରିଥିବା ଜଣାପଡିଥିବା ବେଳେ କିଛି ମୋଟର ଗାଡିକୁ ଅଟକ ରଖାଯାଇଥିଲା । ସେହିପରି କୌଣସି ପୋଖରୀରେ କେହି ନ ଗାଧୋଇବାକୁ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ପରେ ସମସ୍ତ ପୋଖରୀକୁ ବାରିକେଡ କରାଯାଇଛି ବୋଲି କୋଦଳା ଏନ୍ଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.