ଆଇନଜୀବୀଙ୍କୁ କୋର୍ଟ ପରିସରରେ ଉପଜିଲ୍ଲାପାଳଙ୍କ ଦୁର୍ବ୍ଯବହାର,ଆଇନଜୀବୀଙ୍କ ପ୍ରତିବାଦ ।

0 587

ବ୍ରହ୍ମପୁର,(ପିପିଟି)୦୨/୦୫ ,ଆଇନଜୀବୀଙ୍କୁ କୋର୍ଟ ପରିସରରେ ମାସ୍କନ ପିନ୍ଧିଥିବା ଯୋଗୁଁ ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ସହ ଜରିମାନାକୁ ବିରୋଧ କରି ଶତାଧିକ ଆଇନଜୀବି କୋର୍ଟ ପରିସରରେ ପ୍ରତିବାଦ କରିଛନ୍ତି Iସେହିପରି ବ୍ରହ୍ମପୁର ତାହାସିଲଦାର ଜଣେ ଆଇନଜୀବୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଆଲୋଚନା ହେବ । ଏହାକୁ ନେଇ ବରିଷ୍ଠ ଏବଂ ଯୁବ ଆଇନଜୀବୀଙ୍କ ମଧ୍ୟରେ ଜୋରଦାର ଆଲୋଚନା ସହ ପ୍ରତିବାଦ କରା ଯାଇଛି । ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ,ଓଡିଶା,ଗୃହ ମନ୍ତ୍ରୀ(ଭାରତ ସରକାର),ନୂଆଦିଲ୍ଲୀ,ମୁଖ୍ୟ ବିଚାରପତି,ଓଡିଶା ଉଚ୍ଚ ନ୍ୟାୟାଳୟ,ମାନବ ଅଧିକାର କମିଶନ,ଓଡିଶା,ଅଧ୍ଯକ୍ଷ ବାର କାଉଁସିଲ୍ ଅଫ୍ ଇଣ୍ଡିଆ,ଅଧ୍ଯକ୍ଷ ବାର କାଉଁସିଲ୍ ଅଫ୍ ଓଡିଶାଙ୍କୁ ମଧ୍ୟ ସ୍ମାରକ ପତ୍ର ପଠାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.