ଅସ୍ଥାୟୀ ସାଙ୍ଗରୋଧ କେନ୍ଦ୍ରରେ ୬ବର୍ଷ ଝିଅର ମୃତ୍ୟୁ, କେନ୍ଦ୍ରର ଅଧିକାରୀଙ୍କ ଅବହେଳା ଅଭିଯୋଗ ଆଣିଲେ ବାପା ।

0 948

ନୂଆପଡା,(ପିପିଟି)୦୬/୦୬,  ନୂଆପଡା ଜିଲ୍ଲା ଖରିଆର ବ୍ଲକ ଅନ୍ତର୍ଗତ ଚଲାନପଡା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରେ ଏକ ଛଅ ବର୍ଷ ଝିଅ ର ମୃତ୍ୟୁ ଅଭିଯୋଗ ହେଇଛି ।ମୃତକଙ୍କ ନାମ ବର୍ଷା ଖଲସେ । ତାଙ୍କ ବାପା ଡାକ୍ତର ଖଲସେ ଝୋଳପଦର ଗାଁର ବୋଲି ଜଣାପଡିଛି ।ଗତ ୩ ତାରିଖ ରେ ତେଲେଙ୍ଗାନାରୁ ଟ୍ରେନ ଯୋଗେ ବାହାରି ୪ ତାରିଖ ନୂଆପଡା ରେ ପହଂଚି ଥିଲେ ।ସେଠାରୁ ୫ ତାରିଖ ଦିନ ଚଲାନ ପଡା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପହଂଚିଥିଲେ ।ତେଲେଙ୍ଗାନାରୁ ବାହାରିବା ଦିନଠୁ ବର୍ଷାଙ୍କର ଜ୍ୱର ଓ ଝାଡା ହେଉଥିବା ବେଳେ ଖରିଆର ପହଞ୍ଚିବା ପରେ ଚିକିତ୍ସା ପାଇଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରର ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।ଦାୟିତ୍ୱରେ ଥିବା ନୋଡାଲ ଅଫିସର କୁନ୍ତୀ ସତ ନାମୀ ଓ ସରପଞ୍ଚ ଗିରିଶ ପଣ୍ଡାଙ୍କୁ ବାରମ୍ବାର ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ।ହେଲେ ସେ ଦୁହେଁ କିଛି ବ୍ୟବସ୍ଥା କରିନଥିବାରୁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପିତା ଡାକ୍ତର ଖଲସେ ।
ରିପୋର୍ଟ -ନିରାକାର ମେହେର ।

Leave A Reply

Your email address will not be published.