ଅସହାୟ ମାନଙ୍କ ପାଇଁ ନିଜେ ମାସ୍କ ତିଆରି କଲେ ସରପଞ୍ଚ ରଜନୀ ସାହୁ ।

0 248

ପଦ୍ମପୁର,(ପିପିଟି ନ୍ଯୁଜ୍)୧୦/୦୪- ଓଡ଼ିଶାରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଙ୍ଖା ବଢିବା ସହିତ ତାଳାବନ୍ଦ ଅବଧି ମଧ୍ୟ ବଢିଛି । ଗତ ୯ ତାରିଖ ଦିନ ଠାରୁ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଅତିଆବଶ୍ୟକ ହେଲେ ଘରୁ ଯଦି ବାହାରିବେ ତା ହେଲେ ସେ ମୁହଁକୁ ମାସ୍କ କିମ୍ବା ରୁମାଲରେ  ଘୋଡେଇ ହୋଇ କି ଯିବେ । ବର୍ତ୍ତମାନ ସମୟରେ ତାଳାବନ୍ଦ ଯୋଗୁଁ କାମ ସମସ୍ତଙ୍କ କାମ ବନ୍ଦ ରହିଛି । ଅସହାୟ ତଥା ଦିନମଜୁରିଆ ମାସ୍କ  କିଣି ପିନ୍ଧିବା ପାଇଁ ଅକ୍ଷମ ଅଟନ୍ତି । ତେଣୁ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଜନୀ ସାହୁ  ନିଜେ ମାସ୍କ  ତିଆରି କରୁଛନ୍ତି । ସମସ୍ତ ଅସହାୟ ଓ ଦିନମଜୁରିଆ ମାନଙ୍କୁ ଏହି ମାସ୍କ  ପ୍ରଦାନ କରାଯିବ । ଏହା ଛଡା ଶ୍ରୀମତୀ ରଜନୀ ସାହୁ ପଞ୍ଚାୟତର ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି ।ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.