ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ଜୟଜବାନ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀ ।

0 238

ପଦ୍ମପୁର,ତା-୨୭/୦୬(ପିପିଟି);କରୋନା କଟକଣା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । କରୋନା ଯୋଗୁଁ  କାମଧନ୍ଦା ବନ୍ଦ ରହିଛି । ଯାହାର ପ୍ରଭାବ ଥିଲାବାଲା ହେଉ ଅବା ଖଟିଖିଆ ସମସ୍ତଙ୍କ ଉପରେ ପଡିଛି । ଏହି ଦୟନୀୟ ସମୟରେ ବିଭିନ୍ନ ଅନୁଷ୍ଠାନ ମାନେ ଅସହାୟ ଲୋକଙ୍କୁ ସହାୟକ ହୋଇଛନ୍ତି । ସେହିପରି ପଦ୍ମପୁର ବ୍ଳକ ଦିପ୍ତିପୁର ଅଞ୍ଚଳର ଜୟଜବାନ କ୍ଳବ ଓ ଜଟାଧାରୀ କ୍ଳବ ମିଳିତ ଭାବରେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପଦ୍ମପୁର ବ୍ଳକ ବୁଡାମାଲ ପଞ୍ଚାୟତ ବୁଡୁମାଲ ଗାଁର ଅନନ୍ତରାମ ସତନାମି ଓ ତାଙ୍କ ପରିବାର କାମଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଥିବା ଖବର ସୋସିଆଲ ମିଡିଆରୁ ଜାଣିବାକୁ ପାଇ ଏହି ଯୁବଗୋଷ୍ଠୀ ସତନାମି ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ ସେହି ପରିବାରକୁ ସହାୟତା ପ୍ରଦାନ କରାଯାଇଥିବା ଖବର ପାଇ ସେମାନେ ମଧ୍ୟ ସହଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ଯୁବଗୋଷ୍ଠୀ ଉକ୍ତ ସତନାମି ପରିବାରକୁ ଗୋଟିଏ ମାସ ପାଇଁ ଶୁଖିଲା ଖାଦ୍ୟ ଯଥା ଚାଉଲ, ଡାଲି, ଚୁଡା, ଚିନି,ଅଟା,ସୁଜି,ଲୁଣ,ଚା,ବିସ୍କୁଟ ଆଦି ପ୍ରଦାନ କରିବା ସହିତ କରୋନା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଶୁଖିଲା ଖାଦ୍ୟ ପ୍ରଦାନ ସମୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଏବଂ ଜୟଜବାନ କ୍ଳବ ଓ ଜଟାଧାରୀ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.