ଭୁବନେଶ୍ବର,ତା-୨୮/୦୬(ପିପିଟି);ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଜଣେ ସମାଜସେବୀଙ୍କ ପାଖରୁ ଖବର ପାଇଲେ ରାଇମୁନି ରାଏ ନାମକ ଜଣେ ଅସହାୟ ମା କର୍କଟ ରୋଗରେ ପୀଡିତ ,ତାଙ୍କ ଘର ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଅଞ୍ଚଳର ଝରଣା ବସ୍ତିରେ, ପିତା ରାଜନ ରାଏ କିଛି ବର୍ଷ ପୂର୍ବରୁ ତାଙ୍କୁ ଅସହାୟ ଅବସ୍ଥାରେ ଛାଡି କୁଆଡେ ଚାଲି ଯାଇଛନ୍ତି । ବର୍ତ୍ତମାନ ପରିବାର କହିଲେ ମା ଓ ୩ ଜଣ ଛୋଟ ପିଲା । ତାଙ୍କର ଏକମାତ୍ର ସାହା ଭରଷା ହେଉଛି ବଡ ପୁଅ ଯିଏ ସଖାଳୁ ଫୁଲ ତୋଳି ଘର ଚଳାଏ କିନ୍ତୁ ଏହି କରୋନା ମହାମାରୀ ପାଇଁ ସବୁ ବନ୍ଦ ଓ ଖାଇବାକୁ ବି ଅର୍ଥ ନାହିଁ ଔଷଧ ଖାଇବେ କେମିତି । ସୂଚନା ଅନୁଯାଇ ୩ବର୍ଷ ହେବ ମା ରାଇମୁନି ରାଏ ପକ୍ଷାଘାତ ରୋଗ ସହ ସଂଗ୍ରାମ କରୁଛନ୍ତି । କରୋନା ମହାମାରୀ ଯୋଗୁ ବଡ ପୁଅ ନିଜର ବ୍ୟବସାୟ ହରାଇବା ସହିତ ନିଜର ସଂଚିତ ଅର୍ଥ ରେ ୨ ମାସ ଚଳିଗଲେ କିନ୍ତୁ ଅର୍ଥ ଅଭାବରୁ ଏବେ ଖାଇବାକୁ ନାହିଁ ତ ମେଡ଼ିସିନ ବି କ୍ରୟ କରି ପାରୁନାହାନ୍ତି ଏବଂ ଅର୍ଥ ଅଭାବରୁ ଭାଙ୍ଗି ପଡିଛନ୍ତି । ଆଜି ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ସଦସ୍ୟା ମାନେ ତାଙ୍କ ଘରକୁ ଯାଇ ୩୦୦୦ ଟଙ୍କାର ସ୍ୱଳ୍ପ ସାହାଯ୍ୟ କରିବା ସହିତ କିଛି ରୋଷେଇ ସାମଗ୍ରୀ ଦେଇଥିଲେ ଓ ପିଲା ମାନଙ୍କୁ ଆଶ୍ୱାସନା ଦେଇଥିଲେ ଆଉ ମଧ୍ୟ ଆଗାମୀ ଦିନରେ ସାହାଯ୍ୟ କରିବା ପାଇଁ ଅନୁଷ୍ଠାନର ଉପ ସଭାପତି ଓ ବରିଷ୍ଠ ସମାଜ ସେବୀ ଚନ୍ଦ୍ରମଣି ପାତ୍ର ଆମ ସମ୍ବାଦଦାତା ମାନଙ୍କୁ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ, ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ସବୁବେଳେ ପାରୁପର୍ଯ୍ୟନ୍ତ ଚେଷ୍ଟା କରେ ଅସହାୟ ଙ୍କୁ ସାହାଯ୍ୟ କରିବା ପାଇଁ । ଆମ ଅନୁଷ୍ଠାନ ଚେଷ୍ଟା କରିବ ଏହି ଅସହାୟ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ,ଏହି କାଯ୍ୟକ୍ରମରେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଯୋଗଦେଇଥିଲେ ଉପ ଅଧକ୍ଷ ସନ୍ତୋଷ ଦାଶ, ବରିଷ୍ଠ ସମାଜ ସେବୀ ଚନ୍ଦ୍ରମଣି ପାତ୍ର, ଖ୍ୟାତନାମା ସମାଜସେବୀ ଗଗନ ପାଇଟଲ, ପ୍ରତିଷ୍ଠାତା ଶୁଭକାନ୍ତ ସାମଲ, ମୁଖ୍ୟ ଉପଦେଷ୍ଟା ପ୍ରଦୀପ ପାତ୍ର ଓ ସଦସ୍ୟ ଲିଳିମା ବେହେରା, ଶିବୁ ଆଚାର୍ଯ୍ୟ, ରାଜଶ୍ରୀ ଦାସ, ରାଜୀବ ଲୋଚନ ମହାରଣା, ସୌଭାଗ୍ୟ ମିଶ୍ର ।ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ଆମ ସମ୍ବାଦଦାତା ମାନଙ୍କ ଜରିଆରେ ସମସ୍ତ ଜନସାଧାରଣ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ପାରୁପର୍ଯ୍ୟନ୍ତ ସହାୟତା କରିବା ପାଇଁ ହାତ ବଢାଇବାକୁ ଯେମିତି କି ଏହି ଅସହାୟ ପରିବାର ବଞ୍ଚିପାରିବ । ଯଦି କେହି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କରିବାକୁ ଚାହିଁବେ, ତାହେଲେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ନମ୍ବର 9861426670 ସହିତ ଯୋଗାଯୋଗ କରିପାରିବେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।
Prev Post
Next Post