ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି ଶବଦାହ ଗୃହ ।

0 305

ଉଲୁଣ୍ଡା,୨୧/୦୮(ପିପିଟି); ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମର ଘୁଙ୍ଗିନାଲ ଠାରେ ଚାରିବର୍ଷ ପୂର୍ବରୁ ନିର୍ମିତ ଶବଦାହ ଗୃହ ଅର୍ଧନିର୍ମିତ ଅବସ୍ଥାରେ ପଡିରହିଛି ।୨୦୧୬-୧୭ ବର୍ଷରେ ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ସବଦାହ ଗୃହର ପଲସ୍ତରା କାର୍ଯ୍ୟ ବାକି ରହିଥିବାବେଳେ ପଂଚାୟତର ଲୁତୁରପଙ୍କ,ଘଣ୍ଟପାଲି,କୋଲପଡା, ବାବୁପାଲି ଆଦି ୪ ଖଣ୍ଡ ଗ୍ରାମର ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଖୁବଶୀଘ୍ର ଏହି ସବଦାହ ଗୃହକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.